କନକ ବ୍ୟୁରୋ : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ତରଫରୁ କୁହାଯାଇଛି କି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ ଓ କ୍ଲିନିକାଲ ପରୀକ୍ଷଣ ସମ୍ବନ୍ଧୀୟ ପରିସଂଖ୍ୟାନ ଅଧାରରେ ଏହି ମଞ୍ଜୁରୀ ମିଳିଛି । ଏହି ଟିକା ପରୀକ୍ଷଣ ୪ଟି ଦେଶରେ ସଫଳ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି କି ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ପାଇଥିବା ଟିକା ମଧ୍ୟରେ ଏହା ଦ୍ୱିତୀୟ ଟିକା ।

Advertisment

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଏସଆଇଆଇ ଦ୍ୱାରା ବିକଶିତ ଆର୨୧/ମ୍ୟାଟ୍ରିକ୍ସ-ଏମ୍ ନାମକ ଏହି ମ୍ୟାଲେରିଆ ଟିକାକୁ ନୋଭାକ୍ସର ସହାୟକ ଜ୍ଞାନକୌଶଳ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ହୋଇଛି ।

ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆକୁ ଏହି ଟିକା ଉତ୍ପାଦନ ପାଇଁ ଅନୁମତି ମିଳିଛି । କମ୍ପାନୀ ବାର୍ଷିକ ୧୦ କୋଟି ଡୋଜ ଉତ୍ପାଦନ କରିବାର କ୍ଷମତା ହାସଲ କରିସାରିଛି । ଯାହା ଆଗାମୀ ୨ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ । ଏସଆଇଆଇ ମୁଖ୍ୟ ଅଦର ପୁନାୱାଲା କହିଛନ୍ତି, ଦୀର୍ଘଦିନ ଧରି ମ୍ୟାଲେରିଆ ରୋଗ ସାରା ବିଶ୍ୱରେ କୋଟି କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସେଥିପାଇଁ ମ୍ୟାଲେରିଆ ମୁକାବିଲାରେ ଟିକାକୁ ଅନୁମୋଦନ ମିଳିବା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଏକ ମାଇଲଖୁଣ୍ଟ । ବର୍ତ୍ତମାନ ଘାନା, ନାଇଜେରିଆ ଏବଂ କୁର୍କିନା ଫାସୋରେ ଏହି ଟିକାର ବ୍ୟବହାର କରାଯାଉଛି ।