ସାମାଜିକ କଳଙ୍କକୁ ନେଇ ମରିବାକୁ ଚାହୁଁନଥିଲେ, ୫୫ ବର୍ଷ ପରେ ହେଲା ଚମତ୍କାର । ୭୦ ବର୍ଷ ବୟସରେ ବନିଲେ ମା’

ରଜୋ ଦେବୀଙ୍କ ଝିଅ ୧୦ବର୍ଷର ହୋଇଗଲାଣି ।

299

ବିବାହ ପରେ ସବୁ ନାରୀମାନେ ମା’ ହେବାର ସ୍ୱପ୍ନ ଦେଖିଥାନ୍ତି । ମା’ହେଲେ ଗୋଟେ ନାରୀ ସମ୍ପୁର୍ଣ୍ଣ ହୁଏ ବୋଲି କୁହାଯାଉଥିବା ବେଳେ ପିଲା ଜନ୍ମ କରି ନପାରିଲେ ମହିଳାଙ୍କୁ ଅନେକ ଯାତନା ସହିବାକୁ ପଡ଼ିଥାଏ । ଠିକ୍ ସେଭଳି ଘଟିଥିଲା ହରିୟାଣାର ହିସାରରେ ରହୁଥିବା ରଜୋ ଦେବୀ ଲୋହାନଙ୍କ ସହ । ବିବାହ ପରେ ସେ ମା’ ହୋଇ ପାରିନଥିଲେ । ବିବାହର ୫୫ବର୍ଷ ପର୍ଯ୍ୟନ୍ତ ସେ ମା’ ହୋଇ ପାରିନଥିବାରୁ ତାଙ୍କ ମନରେ ଏକ ଦୁଃଖ ରହିଯାଇଥିଲା । କିନ୍ତୁ ୭୦ବର୍ଷ ବୟସରେ ନଭେମ୍ବର ୨୮,୨୦୦୮ରେ ସେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ନଭେମ୍ବର ୨୮,୨୦୧୮କୁ ରଜୋ ଦେବୀଙ୍କ ଝିଅ ୧୦ବର୍ଷର ହେବାକୁ ଯାଉଥିବା ବେଳେ ତାଙ୍କ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୭୦ବର୍ଷ ବୟସରେ ସେ ମା’ ହୋଇ ଦୁନିଆର ସବୁଠାରୁ ଅଧିକ ବୟସ୍କ ମା’ ହେବାରେ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିଲେ । ରଜୋ ଦେବୀଙ୍କ କହିବା ଅନୁଯାୟୀ, ୭୦ବର୍ଷ ବୟସରେ ମା’ ହେବା ସହଜ ନଥିଲା । ପ୍ରସବ ପରେ ମୁଁ ଦୁର୍ବଳ ହୋଇ ଯାଇଥିଲି । କିନ୍ତୁ ଏବେ ମୁଁ ଏବଂ ମୋ ଝିଅ ଦୁହେଁ ସୁସ୍ଥ ଅଛୁ । ତା’ର ବିବାହ ପର୍ଯ୍ୟନ୍ତ ମୁଁ ସୁସ୍ଥ ରହେ ଏହା ହିଁ ମୋର ଆଶା ।

ସୂଚନା ମୁତାବକ, ମା’ ହେବାର ଇଚ୍ଛା ପାଇଁ ରଜୋ ଦେବୀ ଆଇଭିଏଫ୍ ଟ୍ରିଟମେଣ୍ଟ ଉପାୟ ଆପଣାଇଥିଲେ । ଏହି ଉପାୟ ମାଧ୍ୟମରେ ମା’ ହୋଇ ପାରୁନଥିବା ମହିଳାମାନେ ଆଜି ମା’ ହେବାର ସୌଭାଗ୍ୟ ଅର୍ଜନ କରି ପାରୁଛନ୍ତି ।