ପ୍ରକାଶ ପାଇଲା ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ ତାଲିକା: ଏକ ନମ୍ବରରେ ସିଙ୍ଗାପୁର, ୧୯୫ଟି ଦେଶରେ ଭ୍ରମଣ ପାଇଁ ଆବଶ୍ୟକ ପଡିବନି ଭିସା

Advertisment
ପ୍ରକାଶ ପାଇଲା ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ ତାଲିକା: ଏକ ନମ୍ବରରେ ସିଙ୍ଗାପୁର, ୧୯୫ଟି ଦେଶରେ ଭ୍ରମଣ ପାଇଁ ଆବଶ୍ୟକ ପଡିବନି ଭିସା

କନକ ବ୍ୟୁରୋ: ବିଶ୍ବର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ତାଲିକା ୨୦୨୪ ପ୍ରକାଶ ପାଇଛି। ସିଙ୍ଗାପୁର ପାସପୋର୍ଟରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଏକ ନମ୍ବରରେ ରହିଛି। ସିଙ୍ଗାପୁର ପାସପୋର୍ଟ ଦେଖାଇଲେ ୧୯୫ ଦେଶରେ ଭିସାର ଆବଶ୍ୟକ ପଡିବ ନାହିଁ। ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସ୍ପେନ ଓ ଜାପାନ। ଏସବୁ ଦେଶର ପାସପୋର୍ଟ ଥିଲେ ୧୯୨ଟି ଦେଶରେ ଭିସାର ଆବଶ୍ୟକତା ପଡିବନି। ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରିଆ, ଫିନଲ୍ୟାଣ୍ଡ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ସ୍ବିଡେନ, ଲୁକ୍ସବୋର୍ଗ। ଏସବୁ ଦେଶର ପାସପୋର୍ଟ ଥିଲେ ୧୯୧ ଦେଶରେ ବିନା ଭିସାରେ ବୁଲିହେବ। ଏହି ତାଲିକାରେ ଭାରତ ୮୨ ନମ୍ବର ରାଙ୍କରେ ରହିଛି। ଭାରତର ପାସପୋର୍ଟ ଥିଲେ ୫୮ ଦେଶରେ ଭିସାନଥିଲେ ବି ପ୍ରବେଶ କରିହେବ। ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ଆସୋସିଏସନର ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ଆମେରିକାର ରାଙ୍କ ୮ ନମ୍ବରେ ଥିବା ବେଳେ ଚୀନର ରାଙ୍କ ୫୯ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe