କନକ ବ୍ୟୁରୋ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମୟର ଅବଗଣନା ଶେଷ ହୋଇ ଆସୁଛି । ଏହାରି ଭିତରେ ଅଯୋଧ୍ୟାରେ ଏଭଳି କିଛି ଜିନିଷ ଦେଖିବାକୁ ମିଳୁଛି ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି । ଦୁନିଆର ସବୁଠୁ ଦାମୀ ରାମାୟଣ ବହି ଅଯୋଧ୍ୟାରେ ଆସି ପଂହଚିଛି ।
ଏହି ରାମାୟଣ ବହିର ଦାମ ୧ ଲକ୍ଷ ୬୫ ହଜାର ଟଂକା । ଏହି ବହିକୁ ଆଣିଛନ୍ତି ବିକ୍ରେତା ମନୋଜ ସତୀ । ଏହି ରାମାୟଣ ବହିର ଡିଜାଇନ ମଧ୍ୟ ନିଆରା । ବହିଟି ଯେଉଁ ବାକ୍ସ ଭିତରେ ରହିବ ତାହା ଆମେରିକାର ଅଖରୋଟ କାଠରେ ତିଆରି । ସେହିପରି ଜାପାନର ଜୈବିକ କାଳିରେ ବହିକୁ ଲେଖା ହୋଇଛି । ଲେଖିବାକୁ ଯେଉଁ କାଗଜ ତିଆରି ହୋଇଛି ତାହା ଫ୍ରାନ୍ସରେ ପ୍ରସ୍ତୁତ । ଏହି କାଗଜ ସଂପୂର୍ଣ୍ଣ ଭାବେ ଏସିଡ ମୁକ୍ତ ରହିଛି । ଏହି କାଗଜ ସ୍ୱତନ୍ତ୍ର ଭାବରେ ଏହି ବହି ପାଇଁ ତିଆରି ହୋଇଛି । ଏହା ବଜାରରେ ଉପଲବ୍ଧ ନାହିଁ । ଏହି ରାମାୟଣ ବହିର ପ୍ରତ୍ୟେକ ପୃଷ୍ଠାକୁ ଭିନ୍ନ ଭିନ୍ନ ଡିଜାଇନ ଦିଆଯାଇଛି । ଯାହାଦ୍ୱାରା ପାଠକମାନେ ଏକ ସ୍ୱତନ୍ତ୍ର ଓ ଦିବ୍ୟ ଅନୁଭୂତି ପାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/01/23-27.jpg)