କନକ ବ୍ୟୁରୋ : ଆପଣ ମାନେ ଦୁନିଆର ସବୁଠାରୁ ଦାମୀ କାର,ବାଇକ,ଘର,ହୋଟେଲ ଆଦି ବିଷୟରେ ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଆପଣ ମାନେ ଜାଣିଛନ୍ତି ବିଶ୍ୱର ସବୁଠାରୁ ଦାମୀ ଔଷଧର ନାମ କଣ? ଦୁନିଆର ସବୁଠୁ ଦାମୀ ଔଷଧର କେବଳ ଗୋଟିଏ ଡୋଜର ମୁଲ୍ୟ ହଜାର କି ଲକ୍ଷର ନୁହେଁ ବରଂ ଏହାର ମୂଲ୍ୟ କୋଟି କୋଟି ଟଙ୍କା । ଏହି ଦାମୀ ଔଷଧର ନାମ ହେଉଛି ହେମଜେନିକ୍ସ । ଏହି ମେଡିସିନ ହେମୋଫିଲିଆ ନାମକ ଏକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଏହି ହେମଜେନିକ୍ସ ଗୋଟିଏ ଡୋଜର ମୂଲ୍ୟ ହେଉଛି ୩୫ଲକ୍ଷ ଡଲାର ଅର୍ଥାତ ୨୯, କୋଟି ଟଙ୍କାରୁ ଅଧିକ । ଏହି ଔଷଧକୁ ଆମେରିକୀୟ କମ୍ପାନୀ ୟୁନିକ୍ୟୁର୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ବଣ୍ଟନ ଅଧୀକାର ସିଏସଏଲ ବେହରିଙ୍ଗ୍ ସହିତ ଅଛି । ହେମଜେନିକ୍ସ ହେଉଛି ଏକ ଜିନଥେରାପି, ଏବଂ ଏହାର ଗୋଟିଏ ଡୋଜ ନେଲାପରେ ହେମୋଫିଲିଆ ରୋଗ ଭଲ ହୋଇଯିବ ବୋଲି କମ୍ପାନି ଦାବିକରିଛି ।

Advertisment

ଏହି ଔଷଧକୁ ଇନଷ୍ଟିଚ୍ୟୁଟ୍ ଫର କ୍ଲିନିକାଲ୍ ଏବଂ ଇକୋନୋମିକ୍ ରିଭ୍ୟୁ ହେମଜେନିକ୍ସକୁ ଦୁନିଆର ସବୁଠାରୁ ଦାମୀ ମେଡିସିନ ବୋଲି ବିବେଚନା କରିଛି । ବଜାରରେ ଉପଲବ୍ଧ ଥିବା ଅନ୍ୟ ଏକକ-ଡୋଜ୍ ଜିନ୍ ଥେରାପି ଔଷଧ ତୁଳନାରେ ହେମଜେନିକ୍ସର ମୂଲ୍ୟ ବହୁତ ଅଧିକ । ଯେମିତି ଜିନଟେଗ୍ଲୋ (୨.୮ ମିଲିୟନ) ଏବଂ ଜୋଲଜେନଜମା (୨.୧ ମିଲିୟନ୍) । ଯେମିତି ମେରୁଦଣ୍ଡର ମାଂସପେଶୀ ଆଟ୍ରୋଫିରେ ପୀଡିତ ରୋଗୀମାନଙ୍କୁ ଜୋଲଗାନ୍ସମା ଦିଆଯାଇଥିବାବେଳେ ବିଟା ଥାଲାସେମିଆର ଚିକିତ୍ସା ପାଇଁ ଜିନଟେଗ୍ଲୋ ବ୍ୟବହାର କରାଯାଏ ।

ଜିନ୍ ଥେରାପି ପାଇଁ ପ୍ରଭାବଶାଳୀ ଔଷଧର ମୂଲ୍ୟ ସବୁବେଳେ ବହୁତ ଅଧିକ । ପୂର୍ବବର୍ଷ ନଭେମ୍ବରରେ ହେମଜେନିକ୍ସ ଆମେରିକା ପ୍ରଶାନର ଅନୁମୋଦନ ପାଇବା ପରେ, ସିଏସଏଲ୍ ବେହେରିଙ୍ଗ କହିଥିଲେ କି ଏହାର ମୂଲ୍ୟ ହେଉଛି ଏହାର କ୍ଲିନିକାଲ୍,ସାମାଜିକ,ଅର୍ଥନୀତିକ ଏବଂ ଅଭିନବ ମୂଲ୍ୟକୁ ବିଚାରକୁ ନେଇ ସ୍ଥିର କରାଯାଇଛି । କମ୍ପାନୀ କହିଛି ଯେ ଏହା ଏକକ ଡୋଜ୍ ଥେରାପି ହୋଇଥିବାରୁୁ ଏହି ଔଷଧର ମୂଲ୍ୟ ହେମୋଫିଲିଆ ବି ଚିକିତ୍ସାରେ ବ୍ୟବହାର ହେଉଥିବା ଇଞ୍ଜେକ୍ସନଠାରୁ କମ୍ ହେବ ।

ହେମୋଫିଲିଆ ବି ର ଚିକିତ୍ସାରେ ଜଣେ ରୋଗୀ ତାଙ୍କ ଜୀବନରେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଥାଏ । ଏବଂ ହେମଜେନିକ୍ସର ଖର୍ଚ୍ଚର ମୂଲ୍ୟ ମାତ୍ର ୩୫ ଲକ୍ଷ ଡଲାର । ଆମେ ଯଦି ଏହି ଦୃଷ୍ଟିକୋଣରୁ ଦେଖିବା ତାହାଲେ ଏହି ଔଷଧ ଶସ୍ତା ଅଟେ । କମ୍ପାନୀ ଏହି ଔଷଧକୁ ୨୦୨୬ ସୁଦ୍ଧା ୧.୨ ବିଲିୟନ ଡଲାର ରୋଜଗାର କରିବାର ଲକ୍ଷ୍ୟ ରଖିଛି ।

ହେମୋଫିଲିଆ ବି କଣ?

୪୦ ହଜାର ଲୋକଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିକୁ ଏହି ହେମୋଫିଲିଆ ରୋଗ ହୋଇଥାଏ । ଏହି ରୋଗ ମହିଳାମାନଙ୍କ ତୁଳନାରେ ପୁରୁଷ ଲୋକମାନଙ୍କ ପାଖରେ ଅଧିକ ଦେଖିବା ପାଇଁ ମିଳିଥାଏ । ଏହି ରୋଗ ଦୁଇ ପ୍ରକାର ଅଛି ହେମୋଫିଲିଆ ଏ ଓ ହେମୋଫିଲିଆ ବିି । ଜେନେଟିକ୍ କୋଡ୍ ବ୍ୟାଘାତ ହେତୁ ଏହି ରୋଗ ହୋଇଥାଏ ।