ଆପଣ ନିତିଦିନିଆ ଜୀବନରେ ପିମ୍ପୁଡି ନିଶ୍ଚୟ ଦେଖୁଥିବେ । ହେଲେ ଏ ହେଉଛି ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି । କାମୁଡିବାର ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ …

617

କନକ ବ୍ୟୁରୋ : ଦୁନିଆର ସବୁଠୁ ଖତରନାକ୍ ପିମ୍ପୁଡି । କାମୁଡିବାର ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ । ଆପଣ ସାଧାରଣତଃ ଅଧିକାଂଶ ସ୍ଥାନରେ ପିମ୍ପୁଡି ଦେଖିଥାନ୍ତି । ଏପରିକି ପିମ୍ପୁଡି ମଧ୍ୟ କେବେ ନା କେବେ ଆପଣଙ୍କୁ ନିଶ୍ଚୟ କାମୁଡିଥିବ । କିନ୍ତୁ ଯଦି ଆମେ କହିବୁ, ପିମ୍ପୁଡି କାମୁଡିଲେ ମାତ୍ର ୧୫ ମିନିଟରେ ମୃତ୍ୟୁ ହୋଇଯିବ, ତେବେ ହୁଏତ ଆପଣ ବିଶ୍ୱାସ କରିନପାରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ପିମ୍ପୁଡି ଦେଖାଇବୁ, ଯାହା କାମୁଡିଲେ, ମାତ୍ର ୧୫ ମିନିଟରେ ମାଡ଼ିଆସେ ମୃତ୍ୟୁ ।

ଇଏ ହେଉଛି ଦୁନିଆର ସବୁଠାରୁ ଖତରନାକ୍ ପିମ୍ପୁଡି । ଏହାର ନାଁ ହେଉଛି, ବୁଲଡଗ୍ ପିମ୍ପୁଡି । ଏହି ପିମ୍ପୁଡି ସାଧାରଣତଃ ଅଷ୍ଟ୍ରେଲିଆର କୋଷ୍ଟାଲ କ୍ଷେତ୍ରରେ ଦେଖିବାକୁ ମିଳେ । ଏହି ପ୍ରଜାତିର ପିମ୍ପୁଡି ବହୁତ ବିପଦଜନକ ଏବଂ ଭୟାନକ ହୋଇଥାଏ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପିମ୍ପୁଡି କାମୁଡିବାରେ ଏଯାଏଁ ୩ଜଣଙ୍କର ମୃତ୍ୟୁ ହେଲାଣି ।

ତେବେ ଏହି ପିମ୍ପୁଡି ଅତ୍ୟନ୍ତ ଆକ୍ରାମକ ଅଟେ । ଏବଂ ଦ୍ରୁତ ବେଗରେ ଏହା ଆଟାକ କରିଥାଏ । କୁହାଯାଏ, ବୁଲଡଗ୍ ପିମ୍ପୁଡିର ପ୍ରତିଟି ଆଟାକରେ ଭୟଙ୍କର ବିଷ ରହିଥାଏ । ସୂଚନା ଅନୁଯାୟୀ, ଏହି ପିମ୍ପୁଡି ଏତେ ଭୟଙ୍କର ଯେ, ଯଦି ଏହା କୌଣସି ମଣିଷକୁ କାମୁଡିଦିଏ, ତେବେ ମାତ୍ର ୧୫ ମିନିଟରେ ମୃତ୍ୟୁ ହୋଇଯିବାର ସମ୍ଭାବନା ରହିଛି ।

ତେବେ ଏହି ଭୟଙ୍କର ପିମ୍ପୁଡିର ସନ୍ଧାନ ୧୭୯୩ ମସିହାରେ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ଏହି ପ୍ରଜାତିର ପିମ୍ପୁଡିର ଜୀବନକାଳ ମାତ୍ର ୨୧ ଦିନ ଅଟେ । ସେହିପରି ଯଦି ଏହି ପିମ୍ପୁଡିର ଆକାର ଦେଖିବା, ତେବେ ଏହି ପ୍ରଜାତିର ପିମ୍ପୁଡିର ଶରୀରର ଲମ୍ବ ୨୦ ଏମଏମ ଏବଂ ଓଜନ ୦.୦୧୫ ଗ୍ରାମ୍ । ତେବେ ଏହି ପିମ୍ପୁଡି ଅତ୍ୟନ୍ତ ମାରାତ୍ମକ ଅଟେ ।