ବିଶ୍ୱର ସବୁଠୁ ବଡ ଆଳୁର ହେବ ଡିଏନଏ ଟେଷ୍ଟ, ଜାଣନ୍ତୁ କଣ ରହିଛି ପରଦା ପଛର କାହାଣୀ

155

କନକ ବ୍ୟୁରୋ : ଆପଣ ସର୍ବଦା ମଣିଷ କିମ୍ବା ପଶୁ ପକ୍ଷୀଙ୍କର ଡିଏନଏ ଟେଷ୍ଟ ହେଉଥିବା କଥା ଖବର କାଗଜରେ ପଢିଥିବେ କିମ୍ବା ଟେଲିଭିଜନରୁ ଶୁଣିଥିବେ । ହେଲେ ପ୍ରଥମ ଥର ପାଇଁ ବିଶ୍ୱର କୌଣସି ଏକ ପରିବାର ଡିଏନଏ ଟେଷ୍ଟ ହେଉଥିବା କଥାଟି କେବଳ ଆପଣଙ୍କୁ ନୁହେଁ ବିଶ୍ୱର ପ୍ରତିଟି ଲୋକଙ୍କୁ  ଆଶ୍ଚର୍ଯ୍ୟ କରିଛି ।

ନ୍ୟୁଜିଲାଣ୍ଡର ହାମିଲଟନ ପାଖରେ କୋଲିନ ଓ ଡୋନା କ୍ରେଗ-ବ୍ରାଉନ ଗତବର୍ଷ ନିଜ ଜମିରେ ଏବ ବହୁତ ବଡ ଆଳୁ ଫଳାଇଥିଲେ । ଏହାପରେ ଏହି ଦୁଇଜଣ ଆଳୁଟିର ନାମ ‘ଡଗ’ ରଖିଥିଲେ । ଏହି ଆଳୁଟିର ଓଜନ ୭.୮ କିଲୋଗ୍ରାମ ରହିଛି । ଏହାକୁ ବିଶ୍ୱର ସବୁଠାରୁ ବଡ ଆଳୁ ବୋଲି କୁହାଯାଇଛି । ଏନେଇ ଏବେ ବୈଜ୍ଞାନିକ ମାନେ ଏହି ଆଳୁଟିର ଡିଏନଏ ଟେଷ୍ଟ କରି ଜାଣିବାକୁ ଚାହୁଁଛନ୍ତି କି ବାସ୍ତବରେ ଏହା ଆଳୁ ନା ଅନ୍ୟ କିଛି ।

ଚାଷୀ କୋଲିନ ‘ୱାସିଂଟନ ପୋଷ୍ଟ’କୁ କହିଛନ୍ତି କି, ଯେତେବେଳେ ସେ ଏହି ଆଳୁଟିକୁ ମାଟିରୁ ଖୋଳି ବାହାର କଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଏହାର ଆକାର ସାଧାରଣ ଆଳୁ ତୁଳନାରେ ବହୁତ ବଡ ଥିଲା । ଏହାପରେ ଏହା ଆଳୁ କି ଅନ୍ୟ କିଛି ତାହା ପରୀକ୍ଷା କରିବାକୁ ଏହାର କିଛି ଅଂଶକୁ କାଟି ରୋଷେଇ କରିଥିଲେ ଓ ସ୍ୱାଦରୁ ଜାଣିପାରିଥô୍ଲେ କି ଏହା ଆଳୁ ଅଟେ । ଏହାପରେ ଏହାକୁ ଗିନିଜ ବୁକ୍ ଅଫ୍ ରେକର୍ଡ ସ୍ଥାନ ଦେବାକୁ କୋଲିନ ଆବେଦନ କରିଥିଲେ । କହିରଖୁ କି ଏହା ପୂର୍ବରୁ ଜଣେ ଚାଷୀ ନିଜ ଜମିତରେ ୪.୮ କିଲୋଗ୍ରାମ ଓଜନର ଏକ ଆଳୁ ଫଳାଇଥିଲେ । ଏନେଇ ଗିନିଜ ବୁକ୍ ଅଫ୍ ରେକର୍ଡର ଟିମ ଏହାକୁ ଗିନଜ ବୁକରେ ସ୍ଥାନ ଦେବା ପୂର୍ବରୁ ବାସ୍ତବରେ ଏହା ଆଳୁ କି ନୁହେଁ ତାହା ପ୍ରମାଣ କରିବାକୁ ଏହାର ଡିଏନଏ ଟେଷ୍ଟ କରାଉଛନ୍ତି ।