ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା : ୨୨୫ ଫୁଟ ଲମ୍ବ ଓ ୧୫୦ ଫୁଟ ଓସାରର ବିଶାଳ ତ୍ରିରଙ୍ଗା

ପ୍ରସ୍ତୁତ କରିଛି ୫୭ ଇଂଜିନିୟର ରେଜିମେଂଟ; ସ୍ଥଳସେନା ମୁଖ୍ୟ ଓ ଲଦାଖ ଉପରାଜ୍ୟପାଳଙ୍କ ଉପସ୍ଥିତିରେ ପାହାଡ ଶିଖରରେ ଉଡିଲା ଭାରତୀୟ ଜାତୀୟ ପତକା

148

କନକ ବ୍ୟୁରୋ : ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା । ପାହାଡର ଶିଖରରେ ଦେଖିବାକୁ ମିଳିଲା ଏହି ସର୍ବବୃହତ ଖଦି ତ୍ରିରଙ୍ଗା । ୨୨୫ ଫିଟ ଲମ୍ବ ଓ ୧୫୦ ଫିଟ ଚଉଡା ରହିଛି । ଏଥିସହ ଏହାର ଓଜନ ରହିଛି ଏକ ହଜାର କେଜି । ଏହି ବିଶାଳ ଖଦି ତ୍ରିରଙ୍ଗାକୁ ଭାରତୀୟ ସେନାର ୫୭ ଇଂଜିନିୟର ରେଜିମେଂଟ ତିଆରି କରିଛି । ଲଦାଖ ଉପରାଜ୍ୟପାଳ ଆର କେ ମାଥୁର କାଯ୍ୟକ୍ରମ ଉଦଘାଟନ କରିଛନ୍ତି ଏହି ଅବସରରେ ଭାରତୀୟ ସ୍ଥଳସେନା ମୁଖ୍ୟ ଏମଏମ ନରଭଣେ ମଧ୍ୟ ଉପସ୍ଥିତି ଥିଲେ । ସ୍ଥଳସେନା ମୁଖ୍ୟ ବତର୍ମାନ ଦୁଇ ଦିନିଆ ଲଦାଖ ଗ୍ରସ୍ତରେ ଅଛନ୍ତି ।