କନକ ବ୍ୟୁରୋ : ଭାରତକୁ ଛାଡି ବିଶ୍ୱର ଅନେକ ଦେଶରେ ବି ହିନ୍ଦୁ ମନ୍ଦିର ରହିଛି । ହେଲେ ଏଭଳି ଏକ ଦେଶ ରହିଛି ଯେଉଁଠି ବିଶ୍ୱର ସବୁଠାରୁ ବଡ ହିନ୍ଦୁ ମନ୍ଦିର ରହିଛି ଓ ଏହାକୁ ସେଠାରେ ସବୁଠାରୁ ବଡ ଧାର୍ମିକ ସ୍ମାରକ ଭାବେ ଲୋକମାନେ ବିଶ୍ୱାସ କରନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱ ସବୁଠାରୁ ବଡ ହିନ୍ଦୁ ମନ୍ଦିର ରହିଥିବା ଏହି ଦେଶରେ ଜଣେହେଲେ ବି ହିନ୍ଦୁ ଧର୍ମର ଲୋକ ନାହାଁନ୍ତି । ହେଲେ ଏହି ଦେଶରେ ପତାକାର ଚିହ୍ନ ବି ହିନ୍ଦୁ ମନ୍ଦିର ।
ସାରା ବିଶ୍ୱରେ ଯେତେ ଧର୍ମ ରହିଛି ତା ମଧ୍ୟରୁ ହିନ୍ଦୁ ଧର୍ମକୁ ସର୍ବ ପ୍ରାଚୀନ ଧର୍ମ ବୋଲି କୁହାଯାଇଥାଏ । କୁହାଯାଏ କି ହିନ୍ଦୁ ଧର୍ମ ୧୨ ହଜାର ବର୍ଷ ପୁରୁଣା । ହିନ୍ଦୁ ଧର୍ମରେ ମୂର୍ତ୍ତି ପୂଜା ଓ ଧ୍ୟାନକୁ ବିଶେଷ ମହତ୍ୱ ଦିଆଯାଇଥାଏ । ଏଭଳି କିଛି ପ୍ରମାଣ ରହିଛି କି ଦୁନିଆର ଅନେକ ଦେଶରେ ପ୍ରଥମେ ସନାତନ ଧର୍ମ ଥିଲା ।
ଅଙ୍କୋରବାଟ ମନ୍ଦିରକୁ ବିଶ୍ୱର ସବୁଠାରୁ ବଡ ମନ୍ଦିର ବୋଲି କୁହାଯାଏ । ଏହା ବ୍ୟତୀତ ଏହା ବିଶ୍ୱର ସବୁଠାରୁ ବଡ ଧାର୍ମିକ ସ୍ମାରକ ବୋଲି ବି ଗଣନା କରାଯାଏ । ଏହି ମନ୍ଦିର କାମ୍ବୋହିଆ ଦେଶରେ ଅବସ୍ଥିତ । ଏହି ମନ୍ଦିରଟି ଅଙ୍କୋରା ସୀମାରିପ ସହରର ମୀକାଙ୍ଗ ନଦୀ କୂଳରେ ଅବସ୍ଥିତ । ଏହି ମନ୍ଦିର ହଜାର ହଜାର କିଲୋମିଟର ବ୍ୟାପ୍ତ । ଏହି ମନ୍ଦିରରେ ଭଗବାନ ବିଷ୍ଣୁ ପୂଜାପାଇଥାନ୍ତି । ଏଠିକାର ଶାସକ ପ୍ରଥମରୁ ବଡ ବଡ ଶିବ ମନ୍ଦିର ନିର୍ମାଣ କରୁଥିଲେ । ଏହି ଦେଶର ପୁରୁଣା ନାମ ଯଶୋଧ୍ୟାପୁର ଥିଲା । ରାଜା ସୂର୍ଯ୍ୟବର୍ମନ ଦ୍ୱିତୀୟଙ୍କ ଶାସନ କାଳ ୧୧୧୨ ରୁ ୧୧୫୩ ଶତାବ୍ଦୀରେ ମନ୍ଦିରର ନିର୍ମାଣ ହୋଇଥିଲା । ଏହି ମନ୍ଦିରର ଚିତ୍ର କାମ୍ବୋଡିଆର ରାଷ୍ଟ୍ରୀୟ ଧ୍ୱଜରେ ଛପା ଯାଇଛି । ଦୁନିଆର ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳ ମଧ୍ୟରେ ଏହି ବିଷ୍ଣୁ ମନ୍ଦିରକୁ ସାମିଲ କରାଯାଇଛି ।
ସବୁଠାରୁ ବଡକଥା କାମ୍ବୋଡିଆରେ ବିଶ୍ୱର ସବୁଠାରୁ ବଡ ହିନ୍ଦୁ ମନ୍ଦିର ଥିଲେ ବି ଏଠାରେ ଜଣେ ବି ହିନ୍ଦୁ ସଂପ୍ରଦାୟର ଲୋକ ନାହାଁନ୍ତି । ଇତିହାସ ମୁତାବକ ଏଠାରେ ପ୍ରଥମେ ବହୁ ସଂଖ୍ୟାରେ ହିନ୍ଦୁମାନେ ରହୁଥିଲେ । ହେଲେ ସେମାନେ କୌଣସି ଏକ ପରିସ୍ଥିତିରେ ଅନ୍ୟ ଧର୍ମକୁ ୍ରଆପଣାଇ ନେଇଛନ୍ତି ।
ଦକ୍ଷିଣ ପୂର୍ବ ଏସିଆର ଏକ ପ୍ରମୁଖ ଦେଶ ହେଉଛି କାମ୍ବୋଡିଆ । ଏହି ଦେଶର ଜନସଂଖ୍ୟା ୧.୭ କୋଟି । ପୂର୍ବ ଏସିଆର ପ୍ରଥମେ ୫ ହଜାରରୁ ନେଇ ୧ ହଜାର ବର୍ଷ ମଧ୍ୟରେ ପୁରୁଣା ମନ୍ଦିର ଗୁଡିକର ସନ୍ଧାନ କରାଯାଇଥିଲା । ଏହି ରିସର୍ଚ୍ଚରେ ଭାରତର ପ୍ରାଚୀନ ବୈଭବଶାଳୀ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ବୈଜ୍ଞାନିକମାନେ ଏହା ସ୍ୱୀକାର କରିଥିଲେ କି ହଜାରେ ବର୍ଷରେ ସମୁଦ୍ରର ଜଳସ୍ତର ପାଖା ପାଖି ୫୦୦ ମିଟର ପର୍ଯ୍ୟନ୍ତ ବଢିଛି । ଏହାଦ୍ୱାରା ବିଶ୍ୱାସ କରାଯାଉଛି କି ରାମ ସେତୁ ଓ ଦ୍ୱାରକା ନଗର ରହିଛି ।