ମୂଳପୋଛ ହେବ ମ୍ୟାଲେରିଆ ରୋଗ । ବଜାରକୁ ଆସିଲା ବିଶ୍ୱର ପ୍ରଥମ ମ୍ୟାଲେରିଆ ଟିକା ଦେଶ ବିଦେଶ By Kanak News Bureau On Apr 24, 2019 - 11:05 PM 7,295 Share ମ୍ୟାଲେରିଆ ରୋଗ ପାଇଁ ବଜାରକୁ ଆସିଲା ବିଶ୍ୱର ପ୍ରଥମ ଟିକା । ମଲାଓ୍ୱି ପ୍ରଥମେ ଏହାକୁ ଲଞ୍ଚ କରିବାକୁ ଚାହୁଁଥିବା ବେଳେ ଏହି ନିଷତ୍ତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଇଲଟ୍ ଯୋଜନା ଆକାରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଏହି ଟିକାର ନାଁ ରହିଛି ଆରଟିଏସ୍, ଏସ୍ । ୨ବର୍ଷ ପର୍ୟ୍ୟନ୍ତ ବୟସର ଶିଶୁଙ୍କୁ ଏହି ଟିକା ଦିଆ ଯାଇ ପାରିବ। ପ୍ରଥମେ ଏହାକୁ ମଲାଓ୍ୱିରେ ଲଞ୍ଚ କରାଯାଇଥିବା ବେଳେ ଏହାକୁ ଆଗାମୀ ସପ୍ତାହରେ କେନିଆ ଏବଂ ଘାନାରେ ଲଞ୍ଚ କରାଯିବ ବୋଲି ଜଣା ପଡ଼ିଛି । Kanak News is now on WhatsApp Join and get latest news updates delivered to you via WhatsApp Join Now ମ୍ୟାଲେରିଆ ଏବେ ବି ଏକ ସାଂଘାତିକ ରୋଗ ଭାବରେ ଗଣା ଯାଉଥିବା ବେଳେ ପ୍ରତି ୨ମିନିଟରେ ଜଣେ ଶିଶୁ ମ୍ୟାଲେରିଆରେ ମୃତ୍ୟୁବରଣ କରୁଥିବା ଦାବି ହୋଇ ଆସୁଛି । ଆଫ୍ରିକାରେ ପ୍ରତି ବର୍ଷ ୨,୫୦,୦୦୦ ଶିଶୁ ମେଲେରିଆରେ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ୫ବର୍ଷରୁ କମ ଶିଶୁମାନେ ଏହି ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ସାରା ବିଶ୍ୱରେ ପ୍ରତି ବର୍ଷ ୪,୩୫,୦୦୦ ହଜାର ଶିଶୁ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ଜଣା ପଡ଼ିଛି । ବିଗତ ୧୫ବର୍ଷ ମଧ୍ୟରେ ମ୍ୟାଲେରିଆକୁ ରୋକିବା ପାଇଁ ଅନେକ ଉପାୟ ଆପଣା ଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହାର ବିଶେଷ ଲାଭ ଦେଖିବାକୁ ମିଳି ନାହିଁ । ଏହାକୁ ମୂଳପୋଛ କରିବା ପାଇଁ ନୂଆ ଚିକିତ୍ସାର ଆବଶ୍ୟକତା ଥିବା ବେଳେ ଆରଟିଏସ୍, ଏସ୍ ଟିକା ସେହି କାମ କରିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ । 7,295 Share FacebookTwitterGoogle+WhatsAppTelegramEmailPrint