କନକ ବ୍ୟୁରୋ : ବିଶ୍ୱର ସବୁଠୁ ଥଣ୍ଡା ସହର । ଯେଉଁଠି ତାପମାତ୍ରା ମାଇନସ୍ ୫୮ଡିଗ୍ରୀକୁ ଖସିଆସିଥାଏ । ଏଠାରେ ଖାଦ୍ୟପଦାର୍ଥ ସବୁକିଛି ପଥର ଭଳି ଟାଣ ହୋଇଯାଇଥାଏ । ଲୋକଙ୍କୁ ଏଠାରେ ଜୀବନ ବଞ୍ଚିବା ପାଇଁ ପ୍ରତି ମୁହୁର୍ତ୍ତରେ ସଂଘର୍ଷ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା କେଉଁଠି ରହିଛି ଏପରି ସହର ।
ଋଷର ରାଜଧାନୀ ମସ୍କୋଠୁ ୫ହଜାର କିଲୋମିଟର ଦୂରରେ ପୂର୍ବ ଦିଶାରେ ଦୁନିଆର ସବୁଠୁ ଥଣ୍ଡା ସହର ରହିଛି । ଏହି ସହରର ନାଁ ହେଉଛି ୟାକୁତସ୍କ୍ । ଏହା ସାଇବେରିଆର ଜଙ୍ଗଲ ଅଞ୍ଚଳରେ ଆସିଥାଏ । ଡିସେମ୍ବର ଆରମ୍ଭରୁ ଏଠାରେ ପ୍ରବଳ ଥଣ୍ଡା ପଡିବା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ତାପମାତ୍ରା ମାଇନସ୍ ୫୮ଡିଗ୍ରୀ ଟପିଯାଇଛି । ଚାରିଆଡେ ଖାଲି ବରଫ ଆଉ ବରଫ । ଯେଉଁଆଡେ ଦେଖ ଖାଲି କୁହୁଡି । ଏହି ସମୟରେ ଆକାଶ ଦେଖାଯାଇନଥାଏ । ଏଠାକୁ ବୁଲିବା ପାଇଁ ଆସିଥିବା ଜଣେ ପର୍ଯ୍ୟଟକ ଯାହାଙ୍କ ନାଁ ଡନିଲାଙ୍କ କହିବା ଅନୁସାରେ, ଏହି ସହରକୁ ଆସି ଦିନ କାଟିବା ଆଦ୍ୱଂ ସହଜ ନୁହେଁ । କିନ୍ତୁ ଡିସେମ୍ବର ମାସରେ ଏଭଳି ସ୍ଥିତି ଉପୁଜିବ ତାହା ଜଣାନଥିଲା ।

Advertisment

publive-image

ଡନିଲା କହିଛନ୍ତି, ମୁଁ ପୁରା ପ୍ରସ୍ତତ ହୋଇ ଏଠାକୁ ଆସିଥିଲି । ଯଦି ମୁଁ ଶୀତବସ୍ତ୍ର ନଆଣି ଆସିଥାନ୍ତି ତେବେ ଏଠାରେ ମୋ ମୃତ୍ୟୁ ସୁନିଶ୍ଚିତ ହୋଇଥାନ୍ତା । ଶରୀରର ଟିକିଏ ବି ଖାଲି ସ୍ଥାନରେ ବରଫ ଜମିଯାଉଛି । ଆଖି, ନାକ, କେଶର ବରଫ ଜମିଯାଉଛି । ପୋଷାକ ଉପରେ ବି ବରଫ ଜମି ଯାଉଛି । କେବଳ ଏତିକି ନୁହେଁ, ଡନିଲାଙ୍କ ଫୋନ୍ ବ୍ୟାଟେରୀ ବି ଶୀଘ୍ର ଶୀଘ୍ର ଡିସଚାର୍ଜ ହୋଇଯାଉଛି । ଏଠାରେ ଦିନ କାଟିବା ଅସମ୍ଭବ ହୋଇପଡିଛି । ସାମାନ୍ୟ ଭୁଲ ବି ଜୀବନ ନେଇଯାଇପାରେ ବୋଲି ଡନିଲା କହିଛନ୍ତି ।
ମାଛ ମାର୍କେଟରେ ମାଛ ସବୁ ପଥର ଭଳି ଟାଣ ହୋଇଯାଇଛି । ମାଛ ଖାଇବାକୁ ହେଲେ ଅନେକ ପରିଶ୍ରମ କରିବାକୁ ପଡିଥାଏ । ଏହିକୁ ଘରକୁ ନେଇ ଗରମ ପାଣିରେ ସିଝେଇବାକୁ ପଡିଥାଏ । ମାଶର ଶରୀର ନରମ ଅବସ୍ଥାକୁ ଆସିଲେ ତାକୁ କାଟିକି ପୁଣି ସିଝେଇବାକୁ ପଡିଥାଏ । ଏଠାରେ ପିଇବା ପାଣି ବି ବରଫରେ ପରିଣତ ହୋଇଯାଇଥାଏ । ପାଣି ପିଇବା ପାଇଁ ହେଲେ ବରଫକୁ ଏକ ପାତ୍ରରେ ନେଇ ନିଆଁ ଉପରେ ଗରମ କରିବାକୁ ପଡିଥାଏ । ବରଫ ତରଳିବା ପରେ ତାକୁ ମଣିଷ ପିଇଥାନ୍ତି । ଏଠାରେ ପ୍ରତିଟି ମୁହୁର୍ତ୍ତ ସଂଘର୍ଷର ସହ କଟିଥାଏ ।