ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଡ଼ଦିନ ଅବସରରେ ବାଲୁକା କଳା ଜରିଆରେ ବାର୍ତା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଚଳିତ ବର୍ଷ କୋଭିଡ୍ ପାଇଁ ସଚେତନତାର ବାର୍ତା ରଖିଛନ୍ତି ସୁଦର୍ଶନ ପଟ୍ଟନାୟକ । ବେଳାଭୂମୀରେ ୬ ହଜାର ବର୍ଗଫୁଟ ଅଂଚଳରେ ନିର୍ମାଣ କରିଛନ୍ତି ବିଶ୍ୱର ସବୁଠୁ ବଡ଼ ୧୦୦ ଫୁଟ୍ ଲମ୍ବର ମାସ୍କ । ଆଉ ମାସ୍କକୁ ଦୁଇ ପଟୁ ଧରିଛନ୍ତି ଦୁଇ ସାନ୍ତାକ୍ଲଜ୍ । ବଡ଼ କଥା ହେଉଛି ଏହି ବାଲୁକା କଳାରେ ଥ୍ରୀଡି କୌଶଳର ଉପଯୋଗ କରାଯାଇଛି । ଆଶା କରାଯାଉଛି ଏହା ସବୁଠୁ ବଡ଼ ମାସ୍କ ଭାବେ ସାରା ବିଶ୍ୱରେ ରେକର୍ଡ କରିବ ।
Attempted for another record on 3D SandArt. World’s biggest #Mask with Santa Clauses on 3d SandArt with message #UseMaskStaySafe This is 120ft long and 50ft wide has created on 6000 Sqft area to create awareness on #Covid19 , at Puri beach in india . pic.twitter.com/DGxiQCcdsn
— Sudarsan Pattnaik (@sudarsansand) December 25, 2020