କାହିଁକି ପାଳନ କରାଯାଏ ବିଶ୍ୱ ପର୍ଯ୍ୟଟନ ଦିବସ ? ଭାରତର କେଉଁ କେଉଁ ସ୍ଥାନକୁ ଅଧିକ ସଂଖ୍ୟାରେ ବୁଲିବାକୁ ଆସନ୍ତି ବିଦେଶୀ ପର୍ଯ୍ୟଟକ?

386

ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ପୁରା ବିଶ୍ୱରେ ପର୍ଯ୍ୟଟନ ଦିବସ ରୁପେ ପାଳନ କରାଯାଏ । ଏହାର ଆରମ୍ଭ ସଂଯୁକ୍ତ ରାଷ୍ଟ୍ରରୁ ହୋଇଥିଲା । ଏହାର ମହାସଚିବ ପ୍ରତିବର୍ଷ ଜନତାଙ୍କୁ ଏନେଇ ଖାସ୍ ସନ୍ଦେଶ ଦେଇଥାନ୍ତି ଏବଂ ପର୍ଯ୍ୟଟନସ୍ଥଳୀମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯାହା ବିକାଶଶୀଳ ଦେଶର ଆୟର ଏକ ମୁଖ୍ୟ ମାଧ୍ୟମ କହିଲେ ବି କିଛି ଭୁଲ୍ ହେବ ନାହିଁ ।

କାହିଁକି ପାଳନ କରାଯାଏ ବିଶ୍ୱ ପର୍ଯ୍ୟଟନ ଦିବସ ?

ଦେଶର ସାମାଜିକ,ସାଂସ୍କୃତିକ , ରାଜନୈତିକ ଏବଂ ଆର୍ଥୀକ କ୍ଷେତ୍ରରେ ବିକାଶର ମୁଖ୍ୟସ୍ରୋତ ହୋଇଥାନ୍ତି ପର୍ଯ୍ୟଟନ । ଲୋକଙ୍କୁ ପର୍ଯ୍ୟଟନର ମହତ୍ତ୍ୱ ବିଷୟରେ ଜ୍ଞାନ ଦେବା ପାଇଁ ଆଜିର ଦିନଟିକୁ ଏକ ଦିବସ ରୁପେ ପାଳନ କରାଯାଉଛି । ଏହି ଦିନ ଲୋକଙ୍କୁୁ ଗ୍ଲୋବାଲ୍ କମ୍ୟୁନିଟି ଏବଂ ପର୍ଯ୍ୟଟନ ଉପରେ ହେଉଥିବା ଇଭେଣ୍ଟ୍ ପ୍ରତି ସଚେତନ କରାଯାଏ । ସଂଯୁକ୍ତ ରାଷ୍ଟ୍ର ସଂଘ ୧୯୮୦ ସେପ୍ଟେମ୍ବର ୨୭ ତାରିଖରେ ଏହି ଦିନଟିକୁ ବିଶ୍ୱ ପର୍ଯ୍ୟଟନ ଦିବସ ରୁପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସକୁ ପାଳନ କରିବା ପାଇଁ ଏକ ଥିମ୍ ରଖାଯାଏ ଚଳିତ ବର୍ଷ ଏହି ଥିମ୍ ର ନାଁ Tourism and Jobs : a better future for all ରହିଛିି ।

ଭାରତର କେଉଁ ପର୍ଯ୍ୟଟନସ୍ଥଳୀକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସନ୍ତି ?

ନିଜର ଐତିହାସିକ ଏବଂ ପ୍ରାକୃତିକ ସୁନ୍ଦରତା ପାଇଁ ପୃଥିବୀ ବିଖ୍ୟାତ ଥିବା ଭାରତ ପର୍ଯ୍ୟଟନ କ୍ଷେତ୍ରରେ ସାରା ଦେଶରେ ଲଗାତାର ବୃଦ୍ଧି କରୁଛି । ଏଠାକୁ ପ୍ରତିବର୍ଷ ୧ କୋଟିରୁ ଅଧିକ ବିଦେଶୀ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି । ପର୍ଯ୍ୟଟନ ମନ୍ତ୍ରାଳୟ ଅନୁସାରେ , ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବଢୁଛି । ୨୦୧୮ ରେ ୧ କୋଟି ୫ ଲକ୍ଷ ପର୍ଯ୍ୟଟକ ଭାରତ ଆସିଥିଲେ । ଅଧିକ ବିଦେଶୀ ପର୍ଯ୍ୟଟକ ଦିଲ୍ଲୀ , ମୁମ୍ବାଇ , ଚେନ୍ନାଇ ,ଆଗ୍ରା ଏବଂ ଜୟପୁର ବୁଲିବା ପାଇଁ ଆସିଥାନ୍ତି ।