କନକ ବ୍ୟୁରୋ : ସବୁ ଦେଶରେ ନିଜର ସେନା ଓ ପୋଲିସ ରହିଛନ୍ତି । ଦେଶର ଆନ୍ତରିକ ସୁରକ୍ଷା ଓ ଅପରାଧ ରୋକିବା ହେଉଛି ପୋଲିସର କାମ, ସେହିଭଳି ବାହାର ଶତ୍ରୁ ସହ ଲଢିବା ଓ ପୁରାଦେଶକୁ ସୁରକ୍ଷା ଦେବା ହେଉଛି ସେନାର କାମ । ଏହି ଦୁଇଟି ଯାକ ସଂସ୍ଥା ସରକାରୀ ଅଟେ ଓ ଏହା ଦେଶର ସରକାରଙ୍କ ଅଧିନରେ କାମ କରେ । ହେଲେ ବିଶ୍ୱର ଏଭଳି କିଛି ସୋନ ରହିଛି ଯେ କି, ନିଜେ ଘରୋଇ ହିସାବରେ କାମ କରେ । ଅନେକ ଦେଶ ଟଙ୍କା ଦେଇ ଏହି ସେନାବାହୀନିକୁ କାର୍ଯ୍ୟରେ ଲଗାଇଥାଏ । ଆସନ୍ତୁ ଜାଣିବା ବିଶ୍ୱର ଟପ୍ ଘରୋଇ ସେନା ବାବଦରେ . . .

Advertisment

ବେଗନର ଗ୍ରୁପ ଋଷର ସବୁଠାରୁ ଶକ୍ତିଶାଳୀ ଘରୋଇ ସେନା । ଏହାକୁ ପୂର୍ବ ସ୍ପେଟନାଜ ଅପରେଟର୍ସ ବନାଇଥିଲେ । ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ମଧ୍ୟରେ ସାରା ବିଶ୍ୱରେ ଏହି ଘରୋଇ ସେନାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ଅନେକ ଦେଶରେ ସଫଳ ଅପରେସନ ମଧ୍ୟ କରିଛି । ବେଗନର ଗ୍ରୁପରେ ୬ ହଜାରରୁ ଅଧିକ ସୈନିକ ରହିଛନ୍ତି । ଏହି ଗ୍ରୁପର ଋଷ ସରକାରଙ୍କ ସହିତ ଭଲ ସଂପର୍କ ରହିଛି ।

publive-image

ସେହିଭଳି ଏକାଡେମୀ ହେଉଛି ବିଶ୍ୱର ସବୁଠାରୁ ପ୍ରଗତିଶୀଳ ମିଲିଟାରୀ ଟ୍ରେନିଂ ୟୁନିଟ୍ । ଏକାଡେମୀର ଯବାନ ମଧ୍ୟପ୍ରାଚୀର ବ୍ୟତୀତ ନ୍ୟୁ ଓରଲିଂସରେ କେଟରୀନା ହରିକେନ ସମୟରେ ଲୋକଙ୍କ ପାଖରେ ସହାୟତା ପହଂଚାଉଥିଲା । ଏହି ଘରୋଇ ସେନା ଜାପାନର ଡିଫେନ୍ସ ସିଷ୍ଟମ ସୁରକ୍ଷାରେ ନିୟୋଜିତ କରାଯାଇଛି ।

publive-image

ଅନ୍ୟପଟେ ଡିଫାଇନ ଇଣ୍ଟରନ୍ୟାସନାଲ ମଧ୍ୟ ଏକ ଘରୋଇ ସେନା । ଏହି ୟୁନିଟରେ ୧ ହଜାରରୁ ଅଧିକ ସୈନିକ ରହିଛନ୍ତି । ଏହି ଗ୍ରୁପ ନିଜର ଯବାନଙ୍କୁ ପ୍ରତିମାସ ପାଖାପାଖି ୮୨ ହଜାର ଟଙ୍କା ଲେଖାଏଁ ଦରମା ଦେଇଥାଏ । ଏହି ଘରୋଇ ସେନାର ୟୁନିଟ୍ ପେରୁର ଲୀମାରେ ରହିଛି । ଏହାର କାର୍ଯ୍ୟାଳୟ ଦୁବାଇ, ଫିଲିପାଇନ୍ସ, ଶ୍ରୀଲଙ୍କା ଓ ଇରାକ ଭଳି ଦେଶରେ ରହିଛି । ଆମେରିକା ଓ ଇରାକ ଯୁଦ୍ଧରେ ଆମେରିକା ଏହି ସେନାର ସର୍ବାଧିକ ବ୍ୟବହାର କରିଥିଲା ।

publive-image

ଏଜିସ ଡିଫେନ୍ସ ସର୍ଭିସେସରେ ପାଖାପାଖି ୫ ହଜାର ଯବାନ ରହିଛନ୍ତି । ଏହି ସେନା ସଂଯୁକ୍ତ ରାଷ୍ଟ୍ର ଆମେରିକା ଓ ତେଲ କମ୍ପାନୀମାନଙ୍କ ପାଇଁ କାମ କରିଥାନ୍ତି । ଏଜିସ ଗ୍ରୁପର ମୁଖ୍ୟାଳୟ ସ୍କଟଲ୍ୟାଣ୍ଡରେ ଅବସ୍ଥିତ, ଏହି ସେନା ୬୦ ରୁ ଅଧିକ ଦେଶରେ ଅପରେସନ କରିସାରିଛନ୍ତି ।

publive-image

ଏହି ତାଲିକାର ପଞ୍ଚମ ସ୍ଥାନରେ ରହିଛି ଟ୍ରିପଲ କୌନପି । ଏହି ସେନାରେ ପାଖାପାଖି ୨ ହଜାର ସୈନିକ ରହିଛନ୍ତି । ଆମେରିକା ଯେବେଠାରୁ ଇରାକରୁ ସେନା ପ୍ରତ୍ୟାହାର କରିଛି ସେବେଠାରୁ ଏଠାରେ ଟ୍ରିପଲ କୌନପି ସେନା ନିୟୋଜିତ ରହିଛନ୍ତି ।

publive-image