ଆଜି ବିଶ୍ୱ ତମାଖୁ ମୁକ୍ତ ଦିବସ । ନିଆରା ଢଙ୍ଗରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ମହମ୍ମଦ ଇମ୍ରାନ ଅଲି

63

କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ ତମାକୁ ବର୍ଜନ ଦିବସ । ତମାଖୁ ସେବନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି । ତମାଖୁ ସେବନ ଦ୍ୱାରା ଯେ କେବଳ ହୃଦରୋଗ ହୋଇଥାଏ ତାହା ନୁହେଁ ଏହା ଦ୍ୱାରା ମଧୁମେୟ, ମସ୍ତିଷ୍କଘାତ, ଶ୍ୱାସଜନିତ ରୋଗ ଭଳି ଅନେକ ରୋଗ ହୋଇଥାଏ । ତେବେ ଚଳିତ ବର୍ଷର ବିଷୟବସ୍ତ ହେଉଛି ତମାକୁ ମୁକ୍ତ ଶୈଶବ । ଏହାର ଅର୍ଥ ଶିଶୁଙ୍କୁ ତମାକୁଠୁ ଦୂରେଇ ରଖିବା । ଦିନକୁ ଦିନ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢୁଥିବାରୁ ଏହା ବିରୋଧରେ ରାଜ୍ୟବ୍ୟାପି ସଚେତନତା ଅଭିଯାନ ଚଳାଇଛନ୍ତି ମହମଦ ଇମ୍ରାନ ଅଲି ।