ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍: ସ୍ଥାନ ପକ୍କା କରିବ ତ ଟିମ୍ ଇଣ୍ଡିଆ । ଏବେ ବି ରେସରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ।

110

କନକ ବ୍ୟୁରୋ: ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ଭୋଗିବା ପରେ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ବିଦାୟ ଦ୍ୱାରରେ ପହଞ୍ଚି ଯାଇଛି  ଟିମ୍ ଇଣ୍ଡିଆ । ଯଦି ଏହି ସିରିଜରେ ଦଳ ଆଉ ଗୋଟିଏ ବି ମ୍ୟାଚ୍ ହାରେ ତେବେ ଦଳ ଏହି ଚାମ୍ପିୟନସିପରୁ ବାହାର ହେଇଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟୁଜିଲାଣ୍ଡ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ସ୍ଥାନ ପକ୍କା କରିଥିବାବେଳେ ଦ୍ୱିତୀୟ ଟିମ୍ କିଏ ଫାଇନାଲକୁ ଯିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ଭାରତ ଯିବ କି ଫାଇନାଲ୍?

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଯଦି ଟିମ୍ ଇଣ୍ଡିଆ ୨-୧ କିମ୍ବା ୩-୧ ଜିତିନିଏ ତେବେ ବିରାଟ ବାହିନୀ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପାଇଁ ଟିକେଟ୍ ହାସଲ କରିବ । ହେଲେ ଯଦି ଏହି ସିରିଜରେ ଦଳ ଆଉ ଗୋଟିଏ ବି ମ୍ୟାଚ୍ ହାରେ ତେବେ ବିଶ୍ୱ ଚାମ୍ପିୟନସିପରୁ ଦଳ ଆଉଟ୍ ହେବା ସହିତ ଅଷ୍ଟ୍ରେଲିଆ ଫାଇନାଲ୍ ଟିକେଟ୍ ହାତେଇବ ।

ରେସରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ

ଟିମ୍ ଇଣ୍ଡିଆ ଯଦି ଏହି ସିରିଜ୍ ହାରିଯାଏ ତେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭିତରୁ ଗୋଟିଏ ଦଳ ଫାଇନାଲ୍ ପାଇଁ ଟିକେଟ୍ ହାତେଇବ । ଇଂଲଣ୍ଡ ଯଦି ଭାରତ ବିପକ୍ଷ ସିରିଜକୁ ୩-୦,୩-୧, କିମ୍ବା ୪-୦ରେ ଜିତିନିଏ ତେବେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପହଞ୍ଚିବ । ସେହିଭଳି ଏହି ଭାରତ-ଇଂଲଣ୍ଡ ସିରିଜି ଯଦି ୧-୧ କିମ୍ବା ୨-୨ରେ ଡ୍ର ରହେ ତେବେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିବ ।