ଶିକ୍ଷକ ହୋଇବି ପର୍ବତାରୋହଣ ନିଶା । କଳାହାଣ୍ଡିରୁ ସୂଦୂର ଏଭେରେଷ୍ଟ । ସଫଳତାର ସହ ଚଢି ଗ୍ରୀନିଜ ବୁକ୍ ଅପ୍ ୱାର୍ଲ୍ଡ ରେକର୍ଡରେ ପାଇଲେ ସ୍ଥାନ

93

କନକ ବ୍ୟୁରୋ : ଗ୍ରୀନିଜ ବୁକ୍ ଅପ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଜଣାଶୁଣା ପର୍ବତାରୋହୀ ଯୋଗବ୍ୟାସ ଭୋଇ । ଅନ୍ଲାଇନ୍ରେ ହୋଇଥିବା ଏକ ପ୍ରତିଯୋଗିତାରେ ସାମିଲ ହୋଇ ଏହି ସଫଳତା ପାଇଛନ୍ତି ଯୋଗବ୍ୟାସ୍ । ଗତ ଅଗଷ୍ଟ ମାସରେ ଭାରତୀୟ ମାଉନଟେଂଡ୍ ଟିମ୍ ଦ୍ୱାରା ଫେସ୍ବୁକ୍ରେ ଏହି ଅନ୍ଲାଇନ୍ ପ୍ରତିଯୋଗୀତା ହୋଇଥିଲା । ଆଉ ଘଂଟାଏ ଭିତରେ ସର୍ବାଧିକ ପର୍ବତାରୋହଣର ଫଟୋ ଫେସ୍ବୁକ୍ରେ ପୋଷ୍ଟ କରି ଏହି ସଫଳତା ହାସଲ କରିଛନ୍ତି । ଏଥିରେ ଭାରତର ୩ରୁ ୪ ହଜାର ପର୍ବତାରୋହଣର ଫଟୋ ଅପଲୋଡ୍ କରାଯାଇଥିଲା । ଯେଉଁଥିରେ ୯୯୫ ଜଣ ମନୋନିତ ହୋଇଥିଲେ । ଆଉ ଏଥିରେ ସାମିଲ ଥିଲେ ଓଡ଼ିଶାର ପର୍ବତାରୋହୀ ଯୋଗବ୍ୟାସ ଭୋଇ ।
ଯୋଗବ୍ୟାସ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧୀନସ୍ତ ରୁପ୍ରା ପଞ୍ଚାୟତ ରୂପା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବେ କାମ କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଟ୍ରସକେଣ୍ଡ ଆଡଭେଞ୍ଚର ଆୟୋଜନ କରିଥିଲେ ନେହେରୁ ପର୍ବାତରୋହଣ ସଂସ୍ଥାନ, ଜିମ୍ ପର୍ବାତାରୋହଣ ସଂସ୍ଥାନ, ବିଭାଗ ଏବଂ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆଦି ଯୋଗବ୍ୟାସଙ୍କୁ ସହାୟତା ଯୋଗାଇଥିଲେ । ଯୋଗବ୍ୟାସ ଏପର୍ଯ୍ୟନ୍ତ ୭ ଟି ମହାଦେଶରୁ ୫ ଟି ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ସଫଳତାର ସହ ଆହୋରଣ କରିସାରିଛନ୍ତି ।