ରୋହିତଙ୍କ ବିଶ୍ୱରେକର୍ଡ ! ସାଙ୍ଗାକାରାଙ୍କ ସମକକ୍ଷ ହେଲେ ହିଟ୍ ମ୍ୟାନ୍, ଗୋଟିଏ ବିଶ୍ୱକପରେ ୪ଟି ଶତକ ମାରି ରଚିଲେ ନୂଆ ଇତିହାସ ।

340

କନକ ବ୍ୟୁରୋ : କ୍ରିକେଟ୍ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କଲେ ହିଟ୍ ମ୍ୟାନ୍ । ବିଶ୍ୱରେକର୍ଡ ରଚିଲେ ରୋହିତ ଶର୍ମା । ବର୍ମିଂହାମରେ ଖେଳାଯାଉଥିବା ବିଶ୍ୱକପର ୪୦ତମ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଭାରତର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ଚଳିତ ବିଶ୍ୱକପରେ ମୋଟ୍ ୪ଟି ଶତକ ହାସଲ କରିଛନ୍ତି ରୋହିତ । ପୂର୍ବରୁ ୨୦୧୫ ବିଶ୍ୱକପରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ୪ଟି ଶତକ ହାସଲ କରିଥିଲେ । ତେବେ ଏହି ରେକର୍ଡ ହାସଲ କରିବାରେ ରୋହିତ ପ୍ରଥମ ଭାରତୀୟ ହୋଇଥିବା ବେଳେ ଦ୍ୱିତୀୟ ଆନ୍ତର୍ଜାତୀୟ ଖେଳାଳୀ ଭାବେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।

ଏହା ସହ ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ନରଙ୍କୁ ପଛରେ ପକାଇ ରୋହିତ ସର୍ବାଧିକ ସ୍କୋର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଆଜି ବର୍ମିଂହାମରେ ବାଂଲାଦେଶ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରୁଛି ବିରାଟ ବାହିନୀ । ତେବେ ରୋହିତ ଶର୍ମା ଶତକ ହାସଲ କରିବା ପରେ ୧୦୪ ରନରେ ଆଉଟ୍ ହୋଇଥିଲେ । ଏବଂ ପରେ ପରେ ଲୋକେଶ ରାହୁଲ ୭୭ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଛନ୍ତି । ବର୍ତ୍ତମାନ ସମୟରେ ଅଧିନାୟକ ବିରାଟ୍ କୋହଲିଙ୍କ ସହ ଋଷଭ ପନ୍ଥ କ୍ରିଜରେ ବ୍ୟାଟିଂ ଜାରି ରଖିଛନ୍ତି । ରିପୋର୍ଟ ଲେଖା ହେବା ସୁଦ୍ଧା ଭାରତ ୩୩ ଓଭରରେ ୨ଟି ମୂଲ୍ୟବାନ ୱିକେଟ୍ ହରାଇ ୧୯୬ ରନ୍ ସଂଗ୍ରହ କରିଛି ।