ଆଜି ସାରା ବିଶ୍ୱ ପାଳନ କରୁଛି ‘ବିଶ୍ୱ ପୋଲିଓ ଦିବସ’ । ପୋଲିଓ ଟୀକା ପ୍ରସ୍ତୁତ କର୍ତ୍ତା ଜନ୍ ସାଲ୍ଲୁଙ୍କ ଜନ୍ମ ଦିବସରେ ମହାନ ବୈଜ୍ଞାନିକଙ୍କୁ ବିଶ୍ୱ ଜଣାଉଛି ସଲାମ୍ ।

473

କନକ ବ୍ୟୁରୋ : ଆଜି (ଶନିବାର) ବିଶ୍ୱ ପୋଲିଓ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ୨୪ ତାରିଖକୁ ବିଶ୍ୱ ପୋଲିସ ଦିବସ ଭାବେ ପାଳନ କରାଯାଇଥାଏ । ଏହାର କାରଣ ଭାବେ ପୋଲିଓ ଟୀକା ଉଦ୍ଭାବନ କରିଥିବା ଜନ ସାଲ୍ମଙ୍କ ଜନ୍ମଦିନ ଅକ୍ଟୋବର ୨୪ ତାରିଖ । ସେ ରୋଟାରୀ ଫାଉଣ୍ଡେସନ ତରଫରୁ ଏହି ଟୀକା ପରୀକ୍ଷଣ କରିଥିଲେ । ପୋଲିଓ ମୁକ୍ତ ବିଶ୍ୱ ପାଇଁ ୧୯୮୮ ମସିହାରେ ଗ୍ଲୋବାଲ ପୋଲିଓ ଏରାଡିକସନ୍ ଇନସିଏଟିଭ୍ ବା ଜିପିଇଆଇ ଗଠନ କରାଯାଇଥିଲା । ଏଥିରେ ରୋଟାରୀ, ଡବ୍ଲୁଏଚଓ,ୟୁନିସେଫ୍, ଏବଂ ବିଭିନ୍ନ ଦେଶର ସରକାର ସାମିଲ ହୋଇ ବିଶ୍ୱକୁ ସମ୍ପୁର୍ଣ୍ଣ ପୋଲିଓ ମୁକ୍ତ କରିବାକୁ ଏକ ଅଭିଯାନର ଶୁଭାରମ୍ଭ କରିଥିଲେ ।

୮୦ ଦଶକରେ ସାରା ବିଶ୍ୱରେ ପୋଲିଓ ଏକ ମହାମାରୀ ରୂପେ ଦେଖା ଦେଇଥିଲା । ଏହି ରୋଗରେ ପୀଡିତ ଶିଶୁମାନେ ଜନ୍ମରୁ ବିକଳାଙ୍ଗ ହେଉଥିଲେ ବା କିଛି କ୍ଷେତ୍ରରେ ଜନ୍ମର ୨ ବର୍ଷ ମଧ୍ୟରେ ତାଙ୍କୁ ପୋଲିଓ ହୋଇଯାଉଥିଲା । ଏହା ଫଳରେ ଶିଶୁଟିର କୌଣସି ଏକ ଅଙ୍ଗ ବିକଳାଙ୍ଗ ହୋଇଯାଉଥିଲେ । ଏହି ରୋଗର କାରଣ ଏକ ଭୂତାଣୁ ଥିଲା । ଏହି ରୋଗର ଲକ୍ଷଣ ଶରୀରରେ ଅଧିକ ତାପମାତ୍ରା ରହିବା , ଗଳା ସଂକ୍ରମଣ ହେବା, ତରଳ ଝାଡା ଆଦି । ଏହି ରୋଗରେ ଆକ୍ରାନ୍ତ ଶିଶୁ ଅଳ୍ପକିଛି ଦିନରେ ସୁସ୍ଥ ହୋଇଯାଉଥିଲା । ମାତ୍ର ଏହି ଭୂତାଣୁ ସଂକ୍ରମଣ ଫଳରେ ଶରୀରର କୌଣସି ଅଙ୍ଗ ଦୁର୍ବଳ ହୋଇଯାଉଥିଲା କିମ୍ବା ପକ୍ଷଘାତ ରୋଗରେ ଶିଶୁଟି ପଡୁଥିଲା । ଏହି ଭୂତାଣୁ ଶିଶୁ ଶରୀରରେ ପ୍ରବେଶ କରିବାର ୩ ରୁ ୨୧ ଦିନ ମଧ୍ୟରେ ଲକ୍ଷଣ ମାନ ଦେଖା ଦେଇଥାଏ ।
ଏଥିରୁ ମୁକ୍ତି ପାଇବାକୁ ବା ଏହାର ଟୀକା ପ୍ରସ୍ତୁତ କରିବାକୁ ବହୁ ଡାକ୍ତର ଓ ବୈଜ୍ଞାନିକ ମାନେ ଚେଷ୍ଟା ଜାରି ରଖିଥିଲେ । ହେଲେ ୧୯୮୮ ମସିହାରେ ଗ୍ଲୋବାଲ ପୋଲିଓ ଏରାଡିକସନ୍ ଇନସିଏଟିଭ୍ ବା ଜିପିଇଆଇ ଗଠନ କରାଯାଇଥିଲା । ତହା ମଧ୍ୟ ସଫଳ ହୋଇଥିଲା ଓ ଜନ୍ ସାଲ୍ଲୂ ନାମକ ଜଣେ ବୈଜ୍ଞାନିକ ଏହି ଟୀକା ପ୍ରସ୍ତୂୁତ କରିବାରେ ସଫଳ ହୋଇଥିଲେ । ଅକ୍ଟୋବର ୨୪ ତାଙ୍କର ଜନ୍ମଦିନ ହୋଇଥିବାରୁ ତାଙ୍କ ଜନ୍ମଦିବସ ଉପଲକ୍ଷେ ସାରା ବିଶ୍ୱର ଆଜିର ଦିନକୁ ବିଶ୍ୱ ପୋଲିଓ ଦିବସ ଭାବେ ପାଳନ କରାଯାଉଛି ।