କନକ ବ୍ୟୁରୋ: ଆଜି ପଖାଳ ଦିବସ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । କସେଁ ପଖାଳରେ ଯେଉଁ ଆନନ୍ଦ ମିଳେ, ବୋଧେ ଆଉ କେଉଁଠୁ ମିଳେନି । ଛୋଟଠୁ ବଡ଼, ଗରିବଠୁ ଧନୀ ସମସ୍ତଙ୍କ ପ୍ରିୟ ପଖାଳ । ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେ ନାହିଁ । ଓଡିଶାରେ ଭଗବାନଙ୍କ ପାଖରେ ବି ପଖାଳ ଲାଗି ହୁଏ, ଭକ୍ତ ବି ପଖାଳ ଖାଏ । ଖରାଦିନ ଆସିଗଲେ ଓଡ଼ିଆ ମନଖୋଜେ ପଖାଳ । ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଆଙ୍କ ଏହି ପ୍ରିୟ ଖାଦ୍ୟକୁ ବିଶ୍ୱର କୋଣ ଅନୁକୋଣରେ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ “ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି ।