କନକ ବ୍ୟୁରୋ: ମହଙ୍ଗା ସ୍ଥିତି ସାରା ବିଶ୍ୱକୁ ପ୍ରଭାବିତ କରିଚାଲିଛି । କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଏହା ଯୋଗୁଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଯଦି ଆମେ ସଂଖ୍ୟାକୁ ଦେଖିବା ବିଶ୍ୱର ବଡ ବଡ ଅର୍ଥନୀତି ତୁଳନାରେ ଭାରତରେ ମହଙ୍ଗାସ୍ଥିତି କମ ରହିଛି । ୱାର୍ଲ୍ଡ ଅଫ ଷ୍ଟାଟିସଟିକ୍ ଦ୍ୱାରା ଜାରି ହୋଇଥିବା ବାର୍ଷିକ ମୁଦ୍ରାସ୍ପିତି ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ତେବେ ଆପଣମାନେ ଭାବିଥିବେ ଯେ ଭାରତରେ ଯଦି ମୁଦ୍ରାସ୍ପିତି ଅନ୍ୟ ତୁଳନାରେ କମ ରହିଛି, ତେବେ ଶୀର୍ଷରେ କେଉଁ କେଉଁ ଦେଶ ରହିଛନ୍ତି । ରିପୋର୍ଟ ଅନୁସାରେ ତୁର୍କୀ ଏବଂ ଆର୍ଜେଣ୍ଟିନାରେ ମହଙ୍ଗାସ୍ଥିତି ବେସ ଅଧିକ ରହିଛି । ଏଠି ମୁଦ୍ରାସ୍ପିତି ୮୩ ପ୍ରତିଶତ ପାର ହୋଇଯାଇଛି ।

Advertisment

ୱାର୍ଲ୍ଡ ଅଫ ଷ୍ଟାଟିସଟିକ୍ ରିପୋର୍ଟରେ ବିଭିନ୍ନ ଦେଶର ମୁଦ୍ରାସ୍ପିତିର ତଥ୍ୟ ପ୍ରକାଶ ପାଇଥାଏ । ଏହି ରିପୋର୍ଟକୁ ଯଦି ଆମେ ଦେଖିବା ତେବେ ଶୀର୍ଷରେ ରହିଛି ତୁର୍କୀ ।  ଏଠାରେ ମୁଦ୍ରାସ୍ଫିତି ୮୩.୪ ପ୍ରତିଶତ ରହିଛି । ଏହା ପଛକୁ ଆର୍ଜେଣ୍ଟିନା ରହିଛି ଯେଉଁଠାରେ ମୁଦ୍ରାସ୍ଫିତି ୮୩ ପ୍ରତିଶତ ରହିଛି ।

ତେବେ ଏହି ଦୁଇ ଦେଶ ନୁହେଁ ନେଦରଲାଣ୍ଡରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ତାଲିକାରେ ତୃତୀୟ ସ୍ଥାନରେ ଥିବା ଏହି ଦେଶରେ ମୁଦ୍ରାସ୍ଫିତି ୧୪.୫ ପ୍ରତିଶତ ରହିଛି । ୧୩.୭ ପ୍ରତିଶତ ସହ ଋଷ ଚତୁର୍ଥ ସ୍ଥାନରେ ରହିଛି । ଇଟାଲୀରେ ମୁଦ୍ରାସ୍ଫିତି ୧୧.୯ ପ୍ରତିଶତ ଥିବା ବେଳେ ଜର୍ମାନୀରେ ଏହାର ହାର ୧୦.୪ ପ୍ରତିଶତ ରହିଛି । ବ୍ରିଟେନରେ ମଧ୍ୟ ମୁଦ୍ରାସ୍ଫିତି ରେକର୍ଡ ଭାଙ୍ଗିସାରିଛି । ରିପୋର୍ଟ ଅନୁସାରେ ଏଠାରେ ମୁଦ୍ରାସ୍ଫିତି ୧୦.୦୧ ପ୍ରତିଶତ ରହିଛି । ଏହା ବାଦ୍ ବିଶ୍ୱର ସବୁଠାରୁ ବଡ ଅର୍ଥନୀତି ଆମେରିକାରେ ମୁଦ୍ରାସ୍ଫିତି ୮.୨ ପ୍ରତିଶତ ରହିଛି । ଦକ୍ଷିଣ ଆଫ୍ରିକାରେ ମୁଦ୍ରାସ୍ଫିତି ୭.୫ ପ୍ରତିଶତ ରହିଛି । ଭାରତ ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ପଛକୁ ଦଶମ ସ୍ଥାନରେ ରହିଛି । ବର୍ତ୍ତମାନ ଭାରତର ମୁଦ୍ରାସ୍ଫିତି ୭.୪ ପ୍ରତିଶତ ରହିଛି ।

ଭାରତ ପରେ ଏହି ତାଲିକାରେ ଅଷ୍ଟ୍ରେଲିଆ ରହିଛି । ଏଠାରେ ମୁଦ୍ରାସ୍ଫିତି ୭.୩ ପ୍ରତିଶତ ରହିଛି । ବ୍ରାଜିଲର ମୁଦ୍ରାସ୍ଫିତି ୭.୧ ପ୍ରତିଶତ ଥିବା ବେଳେ କାନାଡାର ମୁଦ୍ରାସ୍ଫିତି ୬.୯ ପ୍ରତିଶତ ରହିଛି । ଫ୍ରାନ୍ସର ମୁଦ୍ରାସ୍ଫିତି ୬.୨ ପ୍ରତିଶତ ଥିବା ବେଳେ ଇଣ୍ଡୋନେସିଆର ମୁଦ୍ରାସ୍ଫିତି ୫.୯ ପ୍ରତିଶତ ରହିଛି । ସେହିଭଳି ଦକ୍ଷିଣ କୋରିଆର ମୁଦ୍ରାସ୍ଫିତି ୫.୬ ପ୍ରତିଶତ ରହିଛି ।

ତାଲିକାରେ ସାମିଲ ଏହି ଦେଶର କଥା ଯଦି ଦେଖିବା ବାର୍ଷିକ ଆଧାରରେ ମହଙ୍ଗାସ୍ଥିତିରେ ଅଧିକ ବା କମ ଦେଖାଦେଇଥାଏ । ଏହି ତାଲିକାରେ ଚୀନ, ଜାପାନ ଏବଂ ସାଉଦି ମଧ୍ୟ ସାମିଲ ରହିିଛି । ସାଉଦିର ବାର୍ଷିକ ମୁଦ୍ରାସ୍ଫିତି ୩.୧ ପ୍ରତିଶତ ରହିଥିବା ବେଳେ ଜାପାନର ମୁଦ୍ରାସ୍ଫିତି ୩ ପ୍ରତିଶତ ରହିିଛି । ସେହିଭଳି ଚୀନର ସବୁଠାରୁ କମ ମହଙ୍ଗାସ୍ଥିତି ରହିଛି । ଚୀନର ମୁଦ୍ରାସ୍ଫିତି ୨.୮ ପ୍ରତିଶତ ରହିଛି ।

ଭାରତର କଥା ଯଦି ଦେଖିବା ଲଗାତର ତିନି ତ୍ରୟମାସିକ ରିପୋର୍ଟରେ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସରେ ଆଧାରିତ ଖୁଚୁରା ମୁଦ୍ରାସ୍ଫିତି ରିଜର୍ଭ ବ୍ୟାଙ୍କର ନିର୍ଦ୍ଧାରିତ ୬ ପ୍ରତିଶତର ଟାର୍ଗେଟରୁ ଅଧିକ ରହିଛି । ସେପ୍ଟେମ୍ବରରେ ଏହା ୭.୪୧ ପ୍ରତିଶତ ଥିଲା । ଆସନ୍ତା ନଭେମ୍ବର ୩ରେ ଆରବିଆଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ବୈଠକରେ ଏହାକୁ ରୋକିବା ତଥା ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବା