କନକ ବ୍ୟୁରୋ : ଭୁବନେଶ୍ୱରରେ ପାଳିତ ହୋଇଛି ୱାର୍ଲଡ୍ ଓଡ଼ିଶା ସୋସାଇଟିର ତୃତୀୟ ବାର୍ଷିକ ଉତ୍ସବ । କାର୍ଯ୍ୟକ୍ରମରେ ବିଶ୍ୱର ୧୭୩ଟି ଦେଶରୁ ଅନେକ ଓଡ଼ିଆ ଜୁମ୍ ମିଟିଂ ମାଧ୍ୟମରେ ଯୋଡି ହୋଇଥିଲେ ।
ବିଶ୍ୱର ବିଭିନ୍ନ ଦେଶରେ ଯେତେ ଓଡ଼ିଆ ଅଛନ୍ତି ସେମାନଙ୍କୁ ଯୋଡିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସଂଗଠନର ମୂଳ ଲକ୍ଷ୍ୟ । ଏହା ସହ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ସହ ଲୋକଲୋଚନକୁ ଆଣିବା ପାଇଁ ସଂଗଠନ ପ୍ରୟାସ ଜାରି ରହିଛି । ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଅବସରରେ ଦୁବାଇ, ଅଷ୍ଟ୍ରେଲିଆ ସହ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/vlcsnap-2024-01-16-11h18m34s999.jpg)