କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ । ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସଂପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ବାରମ୍ବାର ସଚେତନ କରିବା ଦ୍ୱାରା ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଥିବା ଜଣାପଡିଛି । କାରଣ ୨୦୦୯-୧୦ ମସିହାରେ ହୋଇଥିବା ବିଶ୍ୱ ବୟସ୍କ ତମାଖୁ ସର୍ଭେ ଅନୁସାରେ ଓଡିଶାରେ ୪୫.୬ ପ୍ରତିଶତ ଲୋକ ତମାଖୁ ସେବନ କରୁଥିଲେ । ୨୦୧୬-୧୭ ସର୍ଭେ ଅନୁସାରେ ଏହା ସାମାନ୍ୟ ହ୍ରାସ ପାଇ ୪୨.୨ ପ୍ରତିଶତ ହୋଇଥିଲା । ତେଣୁ ସଚେତନତା ଯୋଗୁଁ ଏହା କମୁୁଥିବା କୁହାଯାଉଛି ।

Advertisment

ତେବେ ସରକାରୀ ଆଇନ ଏବଂ କଟକଣା ଯୋଗୁଁ ସର୍ବସାଧାରଣରେ ସିଗାରେଟ ଟାଣିବା ଅଧିକ ମାତ୍ରାରେ କମିଯାଇଥିଲେ ବି ଗୁଟଖା ଖାଇବା କିନ୍ତୁ ଏବେ ବି ଖୋଲାଖୋଲି ଚାଲିଛିି । ଶିକ୍ଷାନୁଷ୍ଠାନ ନିକଟରେ ଗୁଟଖା ବିକ୍ରି ନିଷିଦ୍ଧ କରାଯାଇଥିଲେ ବି ଲୁଚାଛପାରେ ସବୁକିଛି ଚାଲିଛି । ଫଳରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୨ ରିପୋର୍ଟ ଅନୁଯାୟୀ ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୮ ନିୟୁତ ଲୋକଙ୍କ ଜୀବନ ଯାଉଛି । ତେଣୁ ସଚେତନ କରିବା ଦ୍ୱାରା ଲୋକମାନେ ତମାଖୁ ସେବନ ଠାରୁ ଦୂରେଇ ରହିବେ ଏବଂ ମୃତ୍ୟୁସଂଖ୍ୟା ମଧ୍ୟ କମିବ ।