କେଉଁ ଦେଶର ପାସପୋର୍ଟ ଅଧିକ ପାୱାରଫୁଲ? ପ୍ରକାଶ ପାଇଲା ପାସପୋର୍ଟ ରାଙ୍କିଙ୍ଗ୍ ରିପୋର୍ଟ

137

ଆମେ ଜାଣୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାକୁ ହେଲେ ପାସପୋର୍ଟ ନିହାତି ଆବଶ୍ୟକ ପଡିଥାଏ । ବିନା ପାସପୋର୍ଟରେ ଅନ୍ୟ ଦେଶକୁ ଯିବା କିମ୍ବା ସେଠାରେ କୌଣସି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ । କିନ୍ତୁ କେବେ ମନକୁ ଆସିଛି କି, କେଉଁ ଦେଶର ପାସପୋର୍ଟ କେତେ ଶକ୍ତିଶାଳି? ଆସନ୍ତୁ ଜାଣିବା ବିଶ୍ୱରେ କେଉଁ ଦେଶର ପାସପୋର୍ଟ କେତେ ଶକ୍ତିଶାଳି ଏବଂ ଏହି ତାଲିକାରେ ଭାରତ କେତେ ନମ୍ବରରେ ରହିଛି ।
ହେନଲେ ପାସପୋର୍ଟ ଇଂଡେକ୍ସ, ଗ୍ଲୋବାଲ ମୋବିଲିଟି ରିପୋର୍ଟ ୨୦୨୧ ଜାରି କରିଛି । ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଯାପାନ୍ ଏବଂ ସିଙ୍ଗାପୁର ଟପ୍ ସ୍ଥାନରେ ରହିଛନ୍ତି । ସେହିପରି ଭାରତ ଏହି ତାଲିକାରେ ୯୦ ସ୍ଥାନରେ ରହିଛି । ଗତବର୍ଷ ତୁଳନାରେ ଭାରତ ୬ପାଦ ତଳକୁ ଖସିଯାଇଛି ।
ଏଠାରେ କହିରଖୁଛୁ କି, ହେନଲେ ପାସପୋର୍ଟ ଇଂଡେକ୍ସ ରିପୋର୍ଟରେ ଜର୍ମାନୀ ଏବଂ ସାଉଥ୍ କୋରିୟା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଫିନଲ୍ୟାଣ୍ଡ, ଇଟାଲୀ, ସ୍ପେନ୍ ତୃତୀୟ ସ୍ଥାନରେ ଡେନମାର୍କ ଚତୁର୍ଥ ଏବଂ ଫ୍ରାନ୍ସ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ସ୍ୱିଡେନ୍ ପଞ୍ଚମ ସ୍ଥାନରେ ରହିଛନ୍ତି ।
ଗତବର୍ଷ ପ୍ରକାଶ ପାଇଥିବା ହେନଲେ ପାସପୋର୍ଟ ଇଂଡେକ୍ସ ରିପୋର୍ଟରେ ଭାରତର ସ୍ଥାନ ୮୪ ଥିଲା । କିନ୍ତୁ ଚଳିତ ବର୍ଷ ଭାରତ ୬ପାଦ ତଳକୁ ଖସିଆସିଛି । ସେହିଭଳି ଭାରତର ପଡୋଶୀ ଦେଶଗୁଡିକର ସ୍ଥିତି ମଧ୍ୟ କିଛି ଖାସ ନାହିଁ । ଏହି ରିପୋର୍ଟରେ ଭୁଟାନ୍ ୯୬ ସ୍ଥାନରେ ରହିଛି । ମିୟାମାର ୧୦୨, ଶ୍ରୀଲଙ୍କା ୧୦୭, ବାଂଲାଦେଶ ୧୦୮, ନେପାଳ ୧୧୦, ପାକିସ୍ତାନ ୧୧୩ ଏବଂ ଆଫଗାନିସ୍ଥାନ ୧୧୬ ସ୍ଥାନରେ ରହିଛି