କନକ ବ୍ୟୁରୋ: ଫ୍ୟାସନ ସୋ’ରେ ଚାଲିଲେ ମୋଦୀ, ପୁଟିନ୍, ବାଇଡେନ, ଓବାମା। ଏଆଇ ଫ୍ୟାସନ ସୋ’ରେ ବିଶ୍ୱର ପ୍ରତିଷ୍ଠିତ ନେତାଙ୍କ ସହ ଶିଳ୍ପପତି, ଧର୍ମଗୁରୁ ରାମ୍ପରେ ଚାଲୁଥିବାର ନଜରରେ ଆସିଛନ୍ତି। ଯାହାର ଭିଡିଓ ଏକ୍ସରେ ସେୟାର କରିଛନ୍ତି ଏଲନ ମସ୍କ। ମଙ୍ଗଳବାର ମସ୍କ ଏଆଇ ବ୍ୟବହାର କରି ପ୍ରସ୍ତୁତ କରିଥିବା ଏଭଳି ଏକ ଭିଡିଓ ଏକ୍ସରେ ସେୟାର କରିଛନ୍ତି।
ଭିଡିଓରେ ଧର୍ମଗୁରୁ ପୋପ୍, ରଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟପ୍ରତି ଜିନପିଙ୍ଗ୍, ଆମେରିକାର ପୂର୍ବତନ ରାଷ୍ଟପ୍ରତି ବାରାକ ଓବାମା, ଡୋନାଲ୍ଡ ଟ୍ରମ୍ପ, କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ, ଉତର କୋରିଆର ରାଷ୍ଟ୍ରପତି କିମ ଜଙ୍ଗ୍, ଆପଲ ସିଇଓ ଟିମ କୁକ୍, ଫେସବୁକ ମାଲିକ ଜୁକରବର୍ଗ, ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ସମେତ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ଭିଡିଓରେ ପୋପଙ୍କୁ ଧଳା ରଙ୍ଗରେ ଡ୍ରେସ୍ ଦେଖିବାକୁ ମିଳିଛି। ମୋଦୀ ରଙ୍ଗବେରଙ୍ଗର ପୋଷାକ ପିନ୍ଧି କଳା ସନଗ୍ଲାସ ପିନ୍ଧି ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଛି। ସମସ୍ତଙ୍କୁ ଏକ ଭିନ୍ନ ପୋଷାକ ସହ ନିଆରା ଆନ୍ଦାଜରେ ଦେଖିବାକୁ ମିଳିଛି। ଯାହାକୁ ୟୁଜର୍ସ ପସନ୍ଦ କରିଛନ୍ତି। କିନ୍ତୁ ମସ୍କଙ୍କ ଏଭଳି ଭିଡିଓ ପୋଷ୍ଟ ପଛରେ ଏଆଇର ପ୍ରଚାରପ୍ରସାରର ଉଦ୍ଦେଶ୍ୟ ରହିଛି ନା ଅନ୍ୟ କିଛି ତାହା ଜଣାପଡିନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/4-35.jpg)