ଗୁଜୁରାଟର ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ ସର୍ଦ୍ଦାର୍ ପଟ୍ଟେଲ କ୍ରିକେଟ ଷ୍ଟାଡିୟମ ପୂରାପୁରି ଭାବେ ସଂମ୍ପୁର୍ଣ୍ଣ ହେବାକୁ ଆସିଲାଣି । ୬୩ ଏକର ଜମିରେ ଏହି ଷ୍ଟାଡିୟମକୁ ପ୍ରତିଷ୍ଠା କରାଯାଇଥିବା ସୂଚନା ମିଳୁଛି । ଏହି ଷ୍ଟାଡିୟମ ପ୍ରସ୍ତୁତ ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ଷ୍ଟାଡିୟମ ପରିସରରେ ୧ ଲକ୍ଷ ୧୦ ହଜାର ଲୋକଙ୍କର ବସିବାର କ୍ଷମତା ରହିଛି ।
ସୂଚନା ଅନୁଯାୟୀ, ଯଦି ଷ୍ଟାଡିୟମ୍ କାମ ସମ୍ପୁର୍ଣ୍ଣ ଭାବେ ପୂରଣ ହେଲା ତେବେ ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଏସିଆ ଇଲେଭେନ ଓ ୱାର୍ଲଡ୍ ଇଲେଭେନ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଖେଳାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଝିଅ ଓ ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ । ବିଶ୍ୱର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମର ଭବ୍ୟ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବାର ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/sfsfsfsf_5de4d30c094b6.jpg)
/kanak/media/post_attachments/wp-content/uploads/2019/12/motera-stadium-300x167.jpg)
/kanak/media/post_attachments/wp-content/uploads/2019/12/fgg-300x201.png)