ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ : କୁନି କୁନି ପିଲାଙ୍କୁ ବି ହେଉଛି ବ୍ଲଡ ପ୍ରେସର; ମୋଟାପଣ ଓ ବଦଳୁଥିବା ଜୀବନ ଶୈଳୀକୁ ଦାୟୀ କଲେ ବିଶେଷଜ୍ଞ

336

କନକ ବ୍ୟୁରୋ : ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି ।

୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ତେବେ ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟାରେ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବାକୁ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି । ସେହିପରି ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ ତେଣୁ ଶୃଙ୍ଖଳିତ ଜୀବନଯାପନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଛୋଟପିଲାଙ୍କୁ ବ୍ଲଡ ପ୍ରେସର

– ଶିଶୁଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉଚ୍ଚ ରକ୍ତଚାପ ସମସ୍ୟା
– ୩%ରୁ ୬% ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ
– ବଦଳୁଥିବା ଜୀବନଶୈଳୀ ପାଇଁ ହେଉଛି ସମସ୍ୟା
– ମେଦବହୁଳତା ଏବଂ ଅଧିକ ବଡି ମାସ୍ ଇନଡେକ୍ସ ବା ବିଏମଆଇ ବି ଏହାର କାରଣ
– ୩୦% ଶିଶୁ ଓ କିଶୋରଙ୍କ ମଧ୍ୟରେ ଏଥିପାଇଁ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳୁଛି
– ୧୨ରୁ ୧୬ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ
– ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା
– ଚାପଗ୍ରସ୍ତ ପରିବେଶ ଓ ଖାଦ୍ୟପେୟରେ ସନ୍ତୁଳନ ନରଖିବା ବି ଏହାର କାରଣ
– ପିଜା, ବର୍ଗର ସହ କୋଲ୍ଡ ଡ୍ରିଙ୍କସ ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି କରିପାରେ
– ଅତ୍ୟଧିକ ସମୟ ମୋବାଇଲ ବ୍ୟବହାର ମଧ୍ୟ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି
– ଅତ୍ୟଧିକ ରକ୍ତଚାପ ଯୋଗୁଁ ବ୍ରେନ ଷ୍ଟ୍ରୋକ ମଧ୍ୟ ହୋଇପାରେ
– କିଶୋର ଅବସ୍ଥାରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସାରା ଜୀବନ ରହିନଥାଏ
– କେତେକ ବ୍ୟକ୍ତିଙ୍କ ମଧ୍ୟରେ ଏହା ଚାପ ପାଇଁ ସାମୟିକ ଭାବେ ଦେଖାଦେଇଥାଏ

ବ୍ଲଡ ପ୍ରେସରରୁ ରକ୍ଷା ପାଇବାର ଉପାୟ

– ଜୀବନଶୈଳୀରେ ଶୃଙ୍ଖଳା ଆଣିବା
– ମସ୍ତିଷ୍କକୁ ଆବଶ୍ୟକ ବିଶ୍ରାମ ଦେବା
– ସଚେତନ ରହିବା ସହ ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଂଚ
– ଖାଦ୍ୟପେୟରେ ଶୃଙ୍ଖଳା ଆଣିବା
– ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ଅଭିଭାବକ ନଜର ରଖିବା
– ଅସ୍ୱାଭାବିକ ହୃଦସ୍ପନ୍ଦନ, ମୁଣ୍ଡବ୍ୟଥା ଓ ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
– ଅଧିକ ପନିପରିବା ଖାଇବା ସହ ଖାଦ୍ୟରେ ଅଧିକ ଲୁଣ ନଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ