ବିଶ୍ୱ ହକି ଲିଗ୍ ଫାଇନାଲ୍ ପାଇଁ ଆଜି ଓଡିଶାରେ ପହଞ୍ଚିବ ଭାରତୀୟ ଦଳ

Advertisment
କଳିଙ୍ଗ ଷ୍ଟାଡିୟମରେ ହେବ ଭାରତର ପ୍ରଥମ କ୍ରୀଡା ଓ ଉଦ୍ଭାବନ ମହୋତ୍ସବ ‘ସ୍ପୋର୍ଟଇଟ୍’

Source; .telegraphindia.com

କନକ ବ୍ୟୁରୋ: ଭୁବନେଶ୍ୱର ବିଶ୍ୱ ହକି ଲିଗ୍ ଫାଇନାଲ୍ ଲାଗି ୧୮ ଜଣିଆ ଭାରତୀୟ ଦଳ ଆଜି ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବ । ପ୍ରତିଯୋଗିତା ଲାଗି ବେଙ୍ଗାଲୁରୁ ସାଇ କେନ୍ଦ୍ରରେ ପ୍ରସ୍ତୁତି କରୁଥିବା ଭାରତୀୟ ଖେଳାଳିମାନେ ଆଜି ଅପରାହ୍ନ ୨ଟା ୫ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନୀୟ ଟ୍ରାଇଡେଣ୍ଟ ହୋଟେଲକୁ ଯିବେ । ଏହି ସମ୍ମାନଜନକ ପ୍ରତିଯୋଗିତା ଅବସରରେ ତିନି ଜଣ ସ୍ଥାନୀୟ ଖେଳାଳି ବୀରେନ୍ଦ୍ର ଲାକ୍ରା, ଦୀପସାନ୍ ତିର୍କି ଓ ଅମିତ ରୋହି ଦାସ ମଧ୍ୟ ନିଜ ଯାଦୁ ଦେଖାଇବେ । ଭାରତୀୟ ଦଳ ତା’ର ଅଭିଯାନ ଗତଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ପହିଲାରେ ଆରମ୍ଭ କରିବ । ସର୍ଦାର ସିଂହ ଏବଂ ପିଆର ଶ୍ରୀଜେସଙ୍କ ଅନୁପସ୍ଥିତିରେ ଯୁବ ତାରକା ମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ ।

ଭାରତୀୟ ଦଳ: ଆକାଶ ଅନିଲ ଚିଟକେ ଓ ସୁଜର କାରକେରା (ଗୋଲରକ୍ଷକ), ହରମନପ୍ରୀତ୍ ସିଂହ, ଅମିତ୍ ରୋହିଦାସ, ଦୀପ୍ସାନ୍ ତିର୍କି, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା ଓ ରୂପୀନ୍ଦର ପାଲ୍ ସିଂହ (ରକ୍ଷଣଭାଗ), ମନ୍ପ୍ରୀତ୍ ସିଂହ (ଅଧିନାୟକ), ଚିଙ୍ଗଲସାନା ସିଂହ (ଉପଅଧିନାୟକ), ଏସ୍କେ ଉଥପ୍ପା, ସୁମିତ୍, କୋଠାଲଜିତ୍ ସିଂହ (ମଧ୍ୟଭାଗ), ଏସଭି ସୁନୀଲ, ଆକାଶଦୀପ୍ ସିଂହ, ମନଦୀପ୍ ସିଂହ, ଲଲିତ ଉପାଧ୍ୟାୟ ଓ ଗୁରଜାନ୍ତ ସିଂହ (ପୂରୋଭାଗ)।

ଟ୍ରାଇଡେଣ୍ଟରେ ଭାରତ, ସ୍ୟାଣ୍ଡି’ସ୍ ଟାଓ୍ଵାରରେ ଅଷ୍ଟ୍ରେଲିଆ

ବିଶ୍ୱ ହକି ଲିଗ୍ ଫାଇନାଲ୍ ଲାଗି ଭାରତୀୟ ହକି ଦଳ ଆଜି ଭୁବନେଶ୍ୱର ପହଞ୍ଚିବ । ସେହିଭଳି ଆର୍ଜେଣ୍ଟିନା, ଜର୍ମାନି ଓ ନେଦରଲାଣ୍ଡ ୨୭ରେ ପହଞ୍ଚିବେ। ଏହାର ପୂର୍ବଦିନ ଅର୍ଥାତ୍ ୨୬ ତାରିଖରେ ଅଷ୍ଟ୍ରେଲିଆ, ବେଲଜିୟମ୍, ଇଂଲଣ୍ଡ ଭୁବନେଶ୍ୱରରେ ପାଦ ଥାପିବେ । ଅନ୍ୟ ପକ୍ଷରେ ଭାରତ ପହଞ୍ଚିବାର ମାତ୍ର ଦୁଇ ଦିନ ପରେ ଅର୍ଥାତ୍ ୨୪ ତାରିଖରେ କୋରିଆ ଦଳ ପହଞ୍ଚି ଏଠାରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ। ବିଶ୍ୱ ହକି ଲିଗ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରି ନଥିବା କୋରିଆ ସ୍ଥାନୀୟ ଦଳ ପୂର୍ବତଟ ରେଳବାଇ ବିପକ୍ଷରେ ଏହି ଦୁଇଟି ମ୍ୟାଚ୍ ଖେଳିବ ।

ଶେଷ ଦଳ ଭାବେ ସ୍ପେନ୍ ୨୮ ତାରିଖରେ ଭୁବନେଶ୍ୱରରେ ପାଦ ଥାପିବ। ଏହି ଦଳଗୁଡ଼ିକ ମଧ୍ୟରୁ ଭାରତ ଏବଂ ଜର୍ମାନି ଖେଳାଳି ଟ୍ରାଇଡେଣ୍ଟ ହୋଟେଲରେ ରହିବେ। ସେହିଭଳି ଆର୍ଜେଣ୍ଟିନା, ଇଂଲଣ୍ଡ, ନେଦରଲାଣ୍ଡ ଏବଂ ସ୍ପେନ୍ ଭଳି ଚାରିଟି ଦଳ ମେ ଫେୟାରରେ ଅବସ୍ଥାନ କରିବେ। ଗତ ଥରର ବିଜେତା ଅଷ୍ଟ୍ରେଲିଆ, ବେଲଜିୟମ ସ୍ୟାଣ୍ଡି’ସ୍ ଟାଓ୍ଵାର ହୋଟେଲ ଏବଂ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଆସୁଥିବା କୋରିଆ ସ୍ୱସ୍ତି ପ୍ରିମିୟମରେ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe