ଯଶୋଭୂମିରେ ଦୁଇ ଦିନିଆ ପି-୨୦ ସମ୍ମିଳନୀ ଆରମ୍ଭ : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଯଶୋଭୂମିରେ ଦୁଇ ଦିନିଆ ପି-୨୦ ସମ୍ମିଳନୀ ଆରମ୍ଭ : ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନକ ବ୍ୟୁରୋ : ନୂଆଦିଲ୍ଲୀର ଯଶୋଭୂମିରେ ଆରମ୍ଭ ହୋଇଛି ଦୁଇ ଦିନିଆ ପି-୨୦ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ବିଭନ୍ନ ଦେଶର ୨୬ ଜଣ ବାଚସ୍ପତି, ୧୦ ଜଣ ଉପବାଚସ୍ପତି, ଆପିୟୁର ଅଧ୍ୟକ୍ଷ ସମେତ ୫୦ ଜଣ ସାଂସଦ ଓ ୧୪ ଜଣ ସେକ୍ରେଟାରୀ ଜେନେରାଲ ଯୋଗ ଦେଇଛନ୍ତି ।

ଏହି ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କିତ ୪ଟି ଅଧିବେଶନ ଅନୁଷ୍ଠିତ ହେବ । ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ ଲକ୍ଷ୍ୟରେ ସହସଦର ଭୂମିକା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପି-୨୦ର ସମସ୍ତ ପ୍ରତିନିଧି ନୂଆ ସଂସଦ ଭବନ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe