କନକ ବ୍ୟୁରୋ: ଭୁବନେଶ୍ଵର, ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ବିଶ୍ଵ ହେପାଟାଇଟିସ୍ ଦିବସ ପାଳନ କରାଯାଇଛି । ସାଧାରଣ ଲୋକଙ୍କୁ ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନ କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୨୮ ତାରିଖକୁ ବିଶ୍ଵ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ଚଳିତ ବର୍ଷର ଥିମ୍ ରହିଛି, “Its Time For Action” ହେପାଟାଇଟିସ୍ ଏକ ଭୂତାଣୁ ଜନିତ ରୋଗ ଯାହା ଲିଭରକୁ ସଂକ୍ରମିତ କରିଥାଏ । ଏହି ଭୂତାଣୁମାନେ ହେଲେ ହେପାଟାଇଟିସ୍-ଏ, ହେପାଟାଇଟିସ୍ - ବି, ହେପାଟାଇଟିସ୍-ସି, ହେପାଟାଇଟିସ୍-ଡ଼ି ଏବଂ ହେପାଟାଇଟିସ୍-ଇ । ଏହି ଭୂତାଣୁ ମାନଙ୍କ ମଧ୍ୟରେ ହେପାଟାଇଟିସ୍ ବି ଓ ସି ଲିଭରକୁ ଦୀର୍ଘ ସମୟ ପାଇଁ ସଂକ୍ରମଣ କରିଥାନ୍ତି । ଲିଭର ସିରୋସିସ୍ ଓ ଲିଭର କ୍ୟାନସର କରିବାରେ ଏମାନଙ୍କ ଭୂମିକା ଅତିଗୁରୁତ୍ବପୂର୍ଣ୍ଣ । ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାର ହେପାଟାଇଟିସ୍‌ କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଜିକେସି ମଲ୍ଟିସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ବିଭିନ୍ନ ଜନସେଚତନା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ସକାଳେ ଏକ ବିଶାଳ ୱାକାଥନର ଆୟୋଜନ କରାଯାଇଥିଲା । ଏଥିରେ ହସ୍ପିଟାଲର ଡାକ୍ତର, ନର୍ସ ଅନ୍ୟ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ପ୍ଲାକ୍ କାର୍ଡ ଧରି ଯାଇଥିଲେ ।

Advertisment

ଏହା ପରେ ହସ୍ପିଟାଲରେ ୫୦୦ରୁ ଉର୍ଦ୍ଧ ଲୋକଙ୍କ ମାଗଣରେ ହେପାଟାଇଟିସ୍ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଇଜିକେସି ହସ୍ପିଟାଲର ପ୍ରବନ୍ଧ ନିର୍ଦ୍ଦେଶକ ଡାକ୍ତର ପିସି ଦଳେଇ, ଅଧକ୍ଷ ଡାକ୍ତର ସୁବୋଧ ଦାଶ, ନିର୍ଦ୍ଦେଶକ ଡାକ୍ତର ବୃନ୍ଦାବନ ନାହାକ ଓ ଡାକ୍ତର ମନୋରଞ୍ଜନ । ମହାପାତ୍ର, ଡିଏମ୍ଏସ୍ ଡାକ୍ତର ଅଭିଷେକ ବାରିକ, ପେଟ ଓ ଲିଭର ରୋଗ ବିଶେଷଜ୍ଞ ଡାକ୍ତର ଶିବକ୍ତଧଲ ଧଳ ମହାପାତ୍ର, ଡାକ୍ତର, ରଜତ୍ ଖଣ୍ଡେୱାଲ, ପ୍ରଶାସନ ଓ ଅର୍ଥ ବିଭାଗର ଏଜିଏମ୍ ସୁବ୍ରତ ଦାଶ, ଅପରେସନ୍ ଏଜିଏମ୍ କୈଳାସ ଚନ୍ଦ୍ର ଦଳେଇ, ମାକେଟିଂ ମୁଖ୍ୟ ଅତୁଲ୍ୟ ରଥ ସମେତ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀ ଉପସ୍ଥିତ ଥିଲେ ।