କନକ ବ୍ୟୁରୋ : ଦୁଇ ଦିନ ତଳେ ସୁରଟରେ ଜଣେ ୧୩ ବର୍ଷୀୟ ଛାତ୍ରୀ କ୍ଲାସରୁମରେ ଟଳି ପଡିଲେ, ହଠାତ୍ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସଂଦେହ କରାଯାଉଛି । ତେଣୁ ହୃଦରୋଗ ଏବେ କେବଳ ବୟସ୍କମାନେ ଆକ୍ରାନ୍ତ ହେଉନାହାନ୍ତି, ଯୁବପିଢ଼ିଙ୍କ ମଧ୍ୟରେ ହୃଦରୋଗ ସମସ୍ୟା ବଢ଼ି ବଢ଼ି ଚାଲିଛି । ପ୍ରମୁଖ କାରଣ ମଧ୍ୟରେ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
କାହିଁକି ବଢୁଛି ହୃଦରୋଗ ?
ଶିକ୍ଷା ଓ କର୍ମ କ୍ଷେତ୍ରରେ ଅତ୍ୟଧିକ ଚାପ
ବଦଳୁଥିବା ଜୀବନ ଶୈଳୀ
ଧୂମ୍ରପାନ
କେମିତି ହୃଦୟକୁ ରଖିବେ ସୁସ୍ଥ ?
ଜୀବନ ଶୈଳୀରେ ପରିବର୍ତ୍ତନ କରିବା
ସନ୍ତୁଳିତ ଖାଦ୍ୟ, ଧୂମ୍ରପାନ ନକରିବା
ନିୟମିତ ଯୋଗାଭ୍ୟାସ, ପ୍ରତିଦିନ କିଛି ସମୟ ପାଇଁ ଚାଲିବା
କମ୍ ସମୟ ମଧ୍ୟରେ ବଡି ବିଲ୍ଡିଂ କରିବାକୁ ଉଦ୍ୟମ ନକରିବା
ଉପଯୁକ୍ତ ପଦ୍ଧତିରେ ବ୍ୟାୟାମ କରିବା
ଚାପମୁକ୍ତ ରହିବା, ଅତି କମରେ ପ୍ରତିଦିନ ୬ ଘଣ୍ଟା ଶୋଇବା
ସୋସିଆଲ୍ ମିଡିଆ ମାତ୍ରାଧିକ ବ୍ୟବହାର ନକରିବା
ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ଡିଜେ ସାଉଣ୍ଡ ଯୋଗୁଁ ହୃଦଘାତ ହୋଇଥିବା ଖବର ଏବେ ଚିନ୍ତା ବଢାଇ ଦେଇଛି । ତେବେ ବିଶେଷଜ୍ଞ ଡାକ୍ତରଙ୍କ ମତରେ ଉଚ୍ଚ ସ୍ୱରର ଶବ୍ଦ ସିଧାସଳଖ ହୃଦଘାତର କାରଣ ହୋଇନପାରେ । କିନ୍ତୁ ଏହା ପରୋକ୍ଷରେ ଏଭଳି ସମସ୍ୟା ସୃଷ୍ଟି କରିପାରେ ।
ବିଶ୍ୱ ହୃଦୟ ଦିବସରେ ଚଳିତ ବର୍ଷର ଥିମ୍ ରହିଛି – Use Heart, Know Heart ଅର୍ଥାତ୍ ନିଜ ହୃଦୟ କିପରି କାର୍ଯ୍ୟ କରେ ଭଲ ଭାବେ ଜାଣିବାକୁ ହେବ । ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ ।