କରୋନା ଯାଇନି, ଆସନ୍ତା ବର୍ଷକୁ ଆସୁଛି ଭୟଙ୍କର ଦୁର୍ଭିକ୍ଷ ! ସତର୍କ କରାଇଲେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ
ମହାମାରୀ ପାଇଁ ୨୦୨୧ରେ ଗୁରୁତର ଖାଦ୍ୟ ଅଭାବ ସ୍ଥିତି ନେଇ ପୂର୍ବାନୁମାନ କଲା ବିଶ୍ୱ ଖାଦ୍ୟ ସଂଗଠନ
କନକ ବ୍ୟୁରୋ : ବର୍ତ୍ତମାନ ବିଶ୍ୱରୁ କରୋନା ମହାମାରୀ ଟଳିନି, ଏପରି ସ୍ଥିତିରେ ଆସନ୍ତାବର୍ଷକୁ ଆସୁଛି ଭୟଙ୍କର ଦୁର୍ଭିକ୍ଷ । ଏନେଇ ଆଗୁଆ ସତର୍କ କରାଇଛନ୍ତି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ । ଚଳିତ ବର୍ଷ ଏହି ସଂଗଠନକୁ ନୋବେଲ୍ ସମ୍ମାନ ମିଳିଥିବାରୁ, ଏହି ସଂସ୍ଥାର ମୁଖ୍ୟଙ୍କ ଏପରି ଚରମବାଣୀ ସମସ୍ତଙ୍କ ଚିନ୍ତା ବଢାଇ ଦେଲାଣି । ଗତ ଏପ୍ରିଲ ମାସରେ ସେ ଜାତିସଂଘ ନିରାପତା ପରିଷଦକୁ ଏନେଇ ସତର୍କ କରାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଶ୍ୱ ମହାମାରୀ କରୋନାକୁ ମୁକାବିଲା କରିବା ଭିତରେ ଏବେ ବିଶ୍ୱ କ୍ଷୁଧା ମହାମାରୀ ଦ୍ୱାରରେ ପହଁଚି ଯାଇଥିବା ସେ କହିଛନ୍ତି । ଏହାର ମୁକାବିଲା ପାଇଁ ଯଦି ଆଗୁଆ ପଦ କ୍ଷେପ ନିଆନଯାଏ , ତାହା ହେଲେ ୨୦୨୧ରେ ଗୁରୁତର ଖାଦ୍ୟ ଅଭାବ ସ୍ଥିତି ନେଇ ପୂର୍ବାନୁମାନ କରିଛନ୍ତି ବିଶ୍ୱ ଖାଦ୍ୟ ସଂଗଠନର ମୁଖ୍ୟ । ୨୦୨୦ ମସିହାରେ ଏହି ସମସ୍ୟାକୁ ଏଡାଇ ଦିଆଯାଇପାରିଛି । କିନ୍ତୁ ୨୦୨୧ରେ ଏହି ସମସ୍ୟା ସମାଧାନ ପାଇଁ ଆଗୁଆ ପଦ କ୍ଷେପ ନିଆଯିବା ନେଇ ଆଗୁଆ ପଦ କ୍ଷେପ ନିଆଯିବାକୁ ପଡିବ ବୋଲି ସେ ସଚେତନ କରିଛନ୍ତି ।