ଖାଦ୍ୟ ନଷ୍ଟରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଭାରତ, ଅପଚୟ ରୋକିଲେ ମିଳିବ ୩ ଫାଇଦା…

531

କନକ ବ୍ୟୁରୋ: ଖାଦ୍ୟ ନଷ୍ଟ ବର୍ତ୍ତମାନ ସମୟର ଗୋଟିଏ ବଡ ସମସ୍ୟା । ଏହା ଏହି ସମୟରେ ହେଉଛି ଯେତେବେଳେ ବିଶ୍ୱର ୮୩ କୋଟି ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି । ଭାବନ୍ତୁ ଯଦି ଖାଦ୍ୟ ଅପଚୟକୁ ରୋକିଦିଆଯାଏ ତେବେ ଭୋକରେ ରହୁଥିବା କେତେ ଲୋକଙ୍କୁ ଆମେ ପେଟ ପୁରା ଖାଇବା ଯୋଗାଇ ଦେଇପାରିବା । ତେବେ ଚିନ୍ତାର କାରଣ ଏହା ଯେ ଖାଦ୍ୟ ନଷ୍ଟ ମାମଲାରେ ବିଶ୍ୱରେ ଚୀନ ପରେ ଭାରତ ଦ୍ୱିତୀୟ ଦେଶ । ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟାବରଣ କାର୍ଯ୍ୟକ୍ରମ(ୟୁଏନଇପି)ର ରିପୋର୍ଟ ଅନୁସାରେ ଭାରତରେ ଗୋଟିଏ ବର୍ଷରେ ପାଖାପାଖି ୬.୮୭ କୋଟି୍ ଟନ ଖାଦ୍ୟ ନଷ୍ଟ ହୋଇଥାଏ । ଯଦି ଏହି ଖାଦ୍ୟକୁ ଆମେ ସଠିକ ସ୍ଥାନରେ ପହଞ୍ଚାଇ ପାରିବା ତେବେ ଆମ ଦେଶ ଗୋଟିଏ ସମୟରେ ତିନିଟି ଫାଇଦା ପାଇପାରିବ ।

୧. ସାରା ବିଶ୍ୱରେ କମିବ ଅନାହାର ମୃତ୍ୟୁ
ଭାରତ ସମେତ ଅନେକ ବିକାଶଶୀଳ ଦେଶ ତଥା ବିକଶିତ ଦେଶରେ ଖାଦ୍ୟ ନଷ୍ଟ ଗୋଟିଏ ବଡ ସମସ୍ୟା । ସାରା ବିଶ୍ୱରେ ୮୩ କୋଟି ଲୋକ ପ୍ରତ୍ୟେକ ଦିନ ଭୋକଉପାସରେ ରହୁଛନ୍ତି । ଏହିଭଳି ସ୍ଥିତିରେ ଏହା ବଡ ସମସ୍ୟା ଭାବେ ଉଭାହୋଇଛି । କେବଳ ଭାରତରେ ପ୍ରତ୍ୟେକ ଦିନ ୧୯କୋଟି ଲୋକ ଭୋକଉପାସରେ ଦିନ ବିତାଉଛନ୍ତି । ଗୋଟିଏ ତଥ୍ୟରୁ ଜଣାପଡିଛି ଯେ, ଖାଦ୍ୟ ଉତ୍ପାଦନର ୪୦ ପ୍ରତିଶତ ଅଂଶ ନଷ୍ଟ ହୋଇଥାଏ । ଅର୍ଥାତ ୯୨ ହଜାର କୋଟିର ଖାଦ୍ୟ ନଷ୍ଟ ହୋଇଥାଏ । ଯଦି ଏହା ଉପରେ ଲଗାମ ଲଗାଇଦିଆଯାଏ ଏବଂ ଲୋକେ ଖାଦ୍ୟ ନଷ୍ଟ ନକରିବାର ସଙ୍କଳ୍ପ ନନେବେ ତେବେ ସାରା ବିଶ୍ୱରେ ଅନାହାର ମୃତ୍ୟୁ ମାମଲା କମିଆସିପାରିବ । ଏହା ହେଉଛି ପ୍ରଥମ ସଫଳତା ।

୨. ଖାଦ୍ୟ ବସ୍ତୁର ମୂଲ୍ୟରେ ଆସିବ ସ୍ଥିରତା
ସମୟ ସହ ଦିନକୁ ଦିନ ମହଙ୍ଗାମାଡ ବଢିବାରେ ଲାଗିଛି । ପରିବା ଦର ଠାରୁ ନେଇ ଚାଉଳର ଦର ସବୁର ଦାମ ବଢିବାରେ ଲାଗିଛି । କିନ୍ତୁ ଆପଣମାନେ କେବେ ଏହା ବାବଦରେ ଭାବିଛନ୍ତି? ୟୁଏନଇପିର ତଥ୍ୟ ଅନୁସାରେ ବିଶ୍ୱରେ ଭାରତ ଖାଦ୍ୟ ନଷ୍ଟ ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ଏହାର ନଷ୍ଟକୁ ରୋକି ଦିଆଯାଏ ତେବେ ଅନାହାର ମୃତ୍ୟୁକୁ ରୋକି ଦିଆଯାଇପାରିବ । କେବଳ ଏତିକି ନୁହେଁ ଖାଦ୍ୟ ପଦାର୍ଥର ଦରଦାମରେ ମଧ୍ୟ ଲଗାମ ଆସିବ ।

୩. ଜଳବାୟୁ ପରିବର୍ତ୍ତନରେ ଲଗାମ ଲାଗିବ
ସଂଯୁକ୍ତ ରାଷ୍ଟ୍ର ପର୍ଯ୍ୟାବରଣ କାର୍ଯ୍ୟକ୍ରମର ରିପୋର୍ଟ ଅନୁସାରେ ଖାଦ୍ୟ ନଷ୍ଟରେ ସବୁଠାରୁ ଆଗରେ ରହିଛି ଚୀନ । ଏଠି ପ୍ରତିବର୍ଷ ୯.୬ କୋଟି ଟନ ଖାଦ୍ୟ ନଷ୍ଟ ହୋଇଥାଏ । ଭାରତରେ ପ୍ରତିବର୍ଷ ୬.୮ କୋଟି ଟନ ଖାଦ୍ୟ ନଷ୍ଟ ହେଉଛି । ଆମେରିକାରେ ପ୍ରତିବର୍ଷ ୧.୯୩ କୋଟି ଟନ ଖାଦ୍ୟ ନଷ୍ଟ ହେଉଛି । ଯଦି ଆମେ ଖାଦ୍ୟ ନଷ୍ଟକୁ ରୋକିବା ତେବେ ଗଛର ସ୍ଥାୟିତ୍ୱ ଆସିବ । କୃଷି ଭୂମି ଗୁଡିକ ଚାଷ ପାଇଁ କମ ଉପଯୋଗ ହେବେ । ଜଳବାୟୁ ପରିବର୍ତ୍ତନ ପାଇଁ ସବୁଠାରୁ ବଡ କାରଣ ହେଉଛି ସବୁଜ ଗ୍ୟାସ । ଖାଦ୍ୟ ଉତ୍ପାଦନ ପାଇଁ ଚାଷ, ଫସଲ କାଟିବା, ଭଣ୍ଡାରରେ ରଖିବା, ପରିବହନ ଆଦିରେ ଉତ୍ପାଦନ ପ୍ରକ୍ରିୟା ହୋଇଥାଏ । ଯେତେବେଳେ ଯାଏ ଖାଦ୍ୟ ନଷ୍ଟକୁ ଆମେ ରୋକିବା ନାହିଁ ସେତେବେଳ ଯାଏ ଉତ୍ପାଦନ ପ୍ରଣାଳୀରେ ପରିବର୍ତ୍ତନ ହେବ ନାହିଁ । ଯଦି ଏହା ହେବ ନାହିଁ ତେବେ ଜଳବାୟୁ ପରିବର୍ତ୍ତନ ହୋଇଚାଲିଥିବ ଯାହା ଆଗାମୀ ଦିନରେ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି କରିବ ।