ବିଶ୍ୱର ପ୍ରଥମ ମହିଳା ବିଶେଷ ଟ୍ରେନ ଯାତାୟତକୁ ପୂରିଯାଇଛି ୨୬ବର୍ଷ : ପ୍ରଥମେ ଆରମ୍ଭ ହୋଇଥିଲା ମୁମ୍ବାଇରୁ । ଜାଣନ୍ତୁ ଏହା ବିଷୟରେ ଆହୁରି କିଛି ତଥ୍ୟ

46

ମୁମ୍ବାଇର ଚର୍ଚଗେଟ ଏବଂ ବୋରିବଲି ଷ୍ଟେସନ ମଝିରେ ଆରମ୍ଭ ହୋଇଥିବା ପ୍ରଥମ ‘ମହିଳା ବିଶେଷ’ଟ୍ରେନର ଆଜି ୨୬ବର୍ଷ ଯାତ୍ରା ପୂରଣ ହୋଇଛି । ପଶ୍ଚିମ ରେଳବାଇ ୫ମେ ୧୯୯୨ରେ ରେ ଏହି ଉପନଗରୀୟ ଟ୍ରେନର ଆରମ୍ଭ ହୋଇଥିଲା । ଏହି ଦୁଇ ଷ୍ଟେସନ ମଧ୍ୟରେ ଚାଲୁଥିବା ଟ୍ରେନ କେବଳ ମହିଳା ଯାତ୍ରୀଙ୍କୁ ନେଇଯାଉଥିଲା । ଆରମ୍ଭରେ ଏହା ଦିନରେ ଦୁଇଥର ସେବା ଯୋଗାଉଥିଲା ମାତ୍ର ପରେ ଏହା ୮ଥର ହୋଇଯାଇଥିଲା ।

ମହିଳା ଯାତ୍ରୀଙ୍କ ପାଇଁ ପୁରା ଟ୍ରେନ ସମର୍ପିତ କରିଥିବାରୁ ଏହି ଟ୍ରେନ ଇତିହାସରେ ଲେଖା ହୋଇରହିବ ବୋଲି ପଶ୍ଚିମ ରେଳବାଇ ମୁଖ୍ୟ ପ୍ରବକ୍ତା ରବିନ୍ଦ୍ର ଭାକର କହିଛନ୍ତି ।

ଅନେକ ବର୍ଷ ଧରି ଏହି ଟ୍ରେନ ମହିଳା ଯାତ୍ରୀଙ୍କୁ ନେଇ ଯିବା ଏକ ମାଇଲ ପଥରରୁ କମ ନୁହେଁ ଏବଂ ପାଖାପାଖି ୧୦ଲକ୍ଷ ମହିଳାଙ୍କୁ ନିଜ କର୍ମସ୍ଥଳୀରେ ପହଂଚାଇବାକୁ ସାହାଯ୍ୟ କରିଥାଆନ୍ତି ଏବଂ ସୁରକ୍ଷା ଦେଇଥାଏ । ପଶ୍ଚିମ ରେଳବାଇ ଦେଇଥିବା ବୟାନ ମୁତାବକ ମହିଳା ବିଶେଷ ଟ୍ରେନର ଆରମ୍ଭ ଚର୍ଚଗେଟ ଠାରୁ ବୋରିଭଲି ଥିଲା । ଯାହାପରେ ୧୯୯୩ରେ ବିରାର ପର୍ଯ୍ୟନ୍ତ ବଢାଯାଇଥିଲା ।