ବୈଜ୍ଞାନିକଙ୍କ ବଡ ସଫଳତା ! କୃତ୍ରିମ ଉପାୟରେ ଜନ୍ମ ନେଲା ଦୁନିଆର ପ୍ରଥମ ସିଂହ ଛୁଆ ।

Advertisment
ବୈଜ୍ଞାନିକଙ୍କ ବଡ ସଫଳତା ! କୃତ୍ରିମ ଉପାୟରେ ଜନ୍ମ ନେଲା ଦୁନିଆର ପ୍ରଥମ ସିଂହ ଛୁଆ ।

navbharattimes.indiatimes.com

ଦକ୍ଷିଣ ଅଫ୍ରିକାର ରାଜଧାନୀ ପ୍ରିଟୋରିଆରେ ଏକ ସଂରକ୍ଷଣ କେନ୍ଦ୍ର ପକ୍ଷରୁ ସେୟାର କରାଯାଇଥିବା ଦୁଇଟି ସିଂହ ଛୁଆଙ୍କ ଫଟୋ ଟିକେ ଅଲଗା ରହିଛି। ଏହି ସିଂହ ଛୁଆ ଦୁଇଟି କୃତ୍ରିମ ପଦ୍ଧତିରେ ଜନ୍ମ ନେଇଛନ୍ତି। ଏହାକୁ ଦୁନିଆର କୃତ୍ରିମ ଉପାୟରେ ଜନ୍ମ ନେଇଥିବା ପ୍ରଥମ ସିଂହ ଛୁଆ ଯୋଡ଼ି ବୋଲି କୁହାଯାଉଛି।

ପ୍ରିଟୋରିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଯିଏକି ଆଫ୍ରିକା ସେରନିଆରେ ପ୍ରଜନନ ତନ୍ତ୍ର ଉପରେ ଗବେଷଣା କରୁଛନ୍ତି। ଆଇବିଏଫ୍ ଟେକନିକ୍ ଜରିଆରେ ଦୁଇଟି ସିଂହ ଛୁଆକୁ ଜନ୍ମ ଦେବାରେ ସଫଳତା ହାସଲ କରିଛନ୍ତି। ପ୍ରିଟୋରିଆ ମେମଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଡାଇରେକ୍ଟର ଆନ୍ଦ୍ରେ ଗାନ୍ସଓ୍ଵଣ୍ଡଙ୍କ କହିବାନୁସାରେ, ଅଗଷ୍ଟ ୨୫ରେ ଜନ୍ମ ନେଇଥିବା ଦୁଇ ସିଂହ ଛୁଆ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଇ ରହିଛି। ଦୁଇଟି ସିଂହ ଶାବକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଓ ସାଧାରଣ ସିଂହ ଛୁଆ ଭଳି ଦିଶୁଛନ୍ତି। ପାଖାପାଖି ୧୮ମାସ କଠିନ ପରୀକ୍ଷଣ ଓ ପରିଶ୍ରମ ପରେ ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି।

ଆନ୍ଦ୍ରେ ଗାନ୍ସଓ୍ଵଣ୍ଡଙ୍କ କହିବାନୁସାରେ, ଏହି ଛୁଆ ପାଇଁ ସେ ଏକ ସୁସ୍ଥ ସିଂହର ସ୍ପର୍ମ ନେଇଥିଲେ। ଏହା ପରେ ଯେତେବେଳେ ସିଂହୀର ହରମୋନ ସ୍ତର ସାମାନ୍ୟ ଅବସ୍ଥାକୁ ଆସିଥିଲା ସେ ଏହି କୃତ୍ରିମ ପଦ୍ଧତିରେ ସ୍ପର୍ମ ଟ୍ରାନ୍ସପୋର୍ଟ କରି ଦେଇଥିଲେ। ଭଲ କଥା ହେଉଛି ଏଥିରେ ସଫଳତା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe