ଦୁନିଆର ପ୍ରଥମ ସୁନା ହୋଟେଲର ଶୁଭାରମ୍ଭ : କବାଟରୁ ଆରମ୍ଭ କରି କୋଠରୀ ପର୍ଯ୍ୟନ୍ତ ସବୁଠି ଖଞ୍ଜା ହୋଇଛି ସୁନା , ଗୋଟିଏ ରାତି ରହିଲେ ଦେବାକୁ ପଡ଼ିବ ୭୫ ହଜାର ଟଙ୍କା । 

13,660

ମୂଲ୍ୟବାଦ ବସ୍ତୁ ସୁନାକୁ ନେଇ କିଏ କେଉଁ ଉପାୟରେ ପ୍ରୟୋଗ କରୁଛି । ସାମର୍ଥ୍ୟ ଅନୁସାରେ ସୁନା ସୌଖିନ ମଣିଷ ବେକରେ ଗଦା ଗଦା ଅଳଙ୍କାର ଝୁଲାଇ ବୁଲୁଛି ତ ଆଉ କେଉଁଠି ବାରିକ ସୁନା କଇଁଚିରେ ଚୁଟି କାଟୁଛି । ହେଲେ ଏସବୁରୁ ଉଦ୍ଧ୍ୱର୍ରେ ଉଠି ସୁନାରେ ହୋଟେଲ୍ ତିଆରି କରିଦେଇଛି ଭିଏତନାମା ହନୋଇ ସହର । ଭିଏତନାମା ରାଜଧାନୀ ହନୋଇରେ ଦୁନିଆର ପ୍ରଥମ ସୁନାର ହୋଟେଲ୍ ପ୍ରସ୍ତୁତ ହୋଇଛି । ଏଠାକାର କବାଟ ଠାରୁ ଆରମ୍ଭ କରି କପ୍ , ଟେବୁଲ୍ , ଝରକା, ପାଇପ୍ ,ଗାଧୁଆଘର ସବୁ କେବଳ ସୁନାରେ ପ୍ରସ୍ତୁତ ହୋଇଛି ।

ଜୁଲାଇ ୨ ଅର୍ଥାତ୍ ଗୁରୁବାର ଏହି ହୋଟେଲର ଉଦଘାଟନ ହୋଇଛି । ହୋଟେଲର ନାଁ ରହିଛି ‘ଡ଼ୋଲସେ ହନୋଇ ଗୋଲଡ଼େନ୍ ଲେକ୍’ । ଆଶ୍ଚର୍ଯ୍ୟର କଥା ଏହି ହୋଟେଲର ବିରାଟକାୟ ଗେଟ୍ ମଧ୍ୟ ସୁନାରେ ପ୍ରସ୍ତୁତ । ୨୫ ମହଲା ବିଶିଷ୍ଟ ଏହି ପଞ୍ଚତାରକା ହୋଟେଲରେ ୪୦୦ ଟି ରୁମ୍ ରହିଛି ।

ହୋଟେଲର ବାହାର କାନ୍ଥରେ ପାଖାପାଖି ୫୪ ହଜାର ବର୍ଗ ଫୁଟର ସୁନାପ୍ଲେଟେଡ୍ ଟାଇଲ୍ସ ଲଗାଯାଇଛି । ଏମିତିକି ହୋଟେଲ୍ ଷ୍ଟାଫଙ୍କ ଡ଼୍ରେସକୋଡ୍ ବି ଲାଲ୍ ଏବଂ ସୁନେଲୀ ରଙ୍ଗ ରଖାଯାଇଛି । ହୋଟେଲର ଫର୍ଣ୍ଣିଚର ଏବଂ ସାଜସଜ୍ଜା ବି ସୁନାର କାରିଗରୀରେ କରାଯାଇଛି ।

 

ବାଥରୁମର ବାଥଟବ୍ , ସିଙ୍କ୍ , ସାୱର , ବେଡ଼ରୁମର ଫର୍ଣ୍ଣିଚର ସବୁ ସୁନାରେ ପ୍ରସ୍ତୁତ ହୋଇଛି । ହୋଟେଲ୍ ଛାତରେ ଇନ୍ଫିନିଟି ପୁଲ୍ ପ୍ରସ୍ତୁତ ହୋଇଛି ଯାହାର କାନ୍ଥରେ ଗୋଲ୍ଡ ପ୍ଲେଟେଡ଼୍ ଇଟା ଲଗାଯାଇଛି । ହୋଟେଲଟି ଏତେ ଚିତ୍ତାକର୍ଷକ ହୋଇଛି ଯେ ପର୍ଯ୍ୟଟକଙ୍କୁ ଏହା ଖୁବ୍ ପସନ୍ଦ ଆସୁଛି । ୨୦୦୯ ରେ ଆରମ୍ଭ ହୋଇଥିବା ଏହି ହୋଟେଲର ନିର୍ମାଣ କାମରେ ଫ୍ଲାଟ୍ ବ୍ୟବସ୍ଥାର ମଧ୍ୟ ସୁବିଧା ଅଛି । ଦକ୍ଷିଣ-ପୂର୍ବ ଏସିଆରେ ଏହି ହୋଟେଲକୁ ସବୁଠାରୁ ଆଭିଜାତ୍ୟ ହୋଟେଲର ନାଁ ଦିଆଯାଇଛି । ଏହାକୁ ହୋଆ ବିନ୍ ଗ୍ରୁପ୍ ଆଣ୍ଡ୍ ବିନଧମ୍ ଗ୍ରୁପ୍ ମିଶି ପ୍ରସ୍ତୁତ କରିଛନ୍ତି । ମନୋବୈଜ୍ଞାନିକଙ୍କ ମତରେ ସୁନା ମାନସିକ ଚାପକୁ କମ୍ କରିଥାଏ ।

ତେଣୁ ଏହି କଥାକୁ ନଜରରେ ରଖି ହୋଟେଲ୍ ମ୍ୟାନେଜମ୍ୟାଣ୍ଟ୍ ସୁନା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ହୋଟେଲରେ ଡ଼ବଲ୍ ବେଡ଼ରୁମରେ ଗୋଟିଏ ରାତି ପାଇଁ ରହିଲେ ୭୫ ହଜାର ଟଙ୍କା ଦେବାକୁ ପଡେ । କିଛି ସମୟ ପାଇଁ ରହିଲେ ଆପଣଙ୍କୁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ । ଏଠାରେ ୬ ପ୍ରକାରର ରୁମ୍ ରହିଛି । ହୋଟେଲରେ ୨୪ ଘଣ୍ଟିଆ ଏକ ଗେମିଙ୍ଗ୍ କ୍ଲବ୍ ବି ରହିଛି ଯେଉଁଠାରେ କସିନୋ ଏବଂ ପୋକର୍ ଭଳି ଗେମ୍ ରହିଛି । ଗେମ୍ ଜିତିବା ପରେ ଆପଣ ଏଠାରେ ଟଙ୍କା ବି ଜିତିପାରିବେ ।