କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଓ ଆଲୋଚନା ହେଉଛି । ଲାକ୍ଷାଦ୍ୱୀପର ପ୍ରାକୃତିକ ସୁନ୍ଦରତାରେ ବିମୋହିତ ମୋଦୀ ଭାରତରେ ଏପରି ଏକ ସୁନ୍ଦର ଦ୍ୱୀପର ପରିଭ୍ରମଣ ପାଇଁ ପର୍ଯ୍ୟଟକ ମାନେ ନିହାତି ଆସିବା କଥା ବୋଲି ନିଜ ସୋସିଆଲ ମିଡିଆର ପୋଷ୍ଟ କରିବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା । ଭାରତୀୟ ମାନେ ଏହାକୁ ଖୁବ ଆନନ୍ଦ ସହକାରେ ସ୍ୱାଗତ କରିଥିବା ବେଳେ ମାଳଦ୍ୱୀପର କିଛି ମନ୍ତ୍ରୀ ଓ ନେତା ଏହାକୁ ନେଇ ମାଳଦ୍ୱୀପ ପାଇଁ ଲୋକ ମାନଙ୍କୁ ଏହା ବିମୁଖ କରାଉଛି ବୋଲି ସମାଲୋଚନା କରିଥିଲେ । ଏହାର ପ୍ରତିକ୍ରିୟାରେ ଅନେକ ଭାରତୀୟ ଏହାର କଡା ବୋରୋଧ କରିଥିଲେ । ଏସବୁ ଦେଖି ମାଳଦ୍ୱୀପ ସରକାର ନକାରାତ୍ମକ ମନ୍ତବ୍ୟ ଦେଇଥିବା ନେତା ମାନଙ୍କୁ ଏସବୁ ତାଙ୍କ ବ୍ୟକ୍ତିଗତ ମତ ଥିଲା ବୋଲି ସଫେଇ ଦେବା ସହ ବହିଷ୍କାର କରିଥିଲେ । ହେଲେ ବି ଭାରତୀୟ ମାନଙ୍କ ଆକ୍ର୍ରୋଶ ଦେଖିବାକୁ ମିଳୁଛି । କିଛି ଏୟାର ଲାଇନ ମାଳଦ୍ୱୀପର ସବୁ ବିମାନ ଉଡାଣ ରଦ୍ଧ କରିଥିବା ବେଳେ ଅନେକ ଲୋକ ସେଠାକୁ ଯିବା ପାଇଁ ପ୍ଲାନ ମଧ୍ୟ କ୍ୟାନ୍ସଲ କରିଛନ୍ତି ଆଉ ବୟକଟ୍ ମାଲଦୀପ ଏବେ ଟ୍ରେଣ୍ଡିଂ ହେଇଛି ।

Advertisment

ହେଲେ ଜାଣନ୍ତି କି ସମାଲୋଚନାର ଶିକାର ହେଉଥିବା ମାଳଦ୍ୱୀପର ସମୁଦ୍ର ତଳେ ଆଗରୁ ଥରେ କ୍ୟାବିନେଟ ବୈଠକ ମଧ୍ୟ ହୋଇ ସାରିଛି । ଶୁଣିବାକୁ ଅଦ୍ଭୁତ ଲାଗି ପାରେ ହେଲେ ସତ । ଇଏ ୨୦୦୯ ଅକ୍ଟୋବର ମାସର କଥା । ବିଶ୍ୱ ତାପମାତ୍ରା ବୃଦ୍ଧି ଜନିତ ସମସ୍ୟା ଆଗକୁ ଯାଇ ମାଳ୍ରଦ୍ୱୀପ ବୁଡିଯିବା ଭଳି ସଂକଟ ସୃଷ୍ଟି କରି ପାରେ । ପ୍ରତି ଦିନ ଜଳ ସ୍ତର ବୃଦ୍ଧି ଦେଖି ବୈଜ୍ଞାନିକ ମାନେ ଆକଳନ କରୁଛନ୍ତି କି ୨୧୦୦ ଶତାବ୍ଦୀ ବେଳକୁ ମାଳଦ୍ୱୀପ ପୁରା ବୁଡି ଯାଇ ପାରେ । ଏମିତି ସଂକଟ ଜନକ ପରିସ୍ଥିତିକୁ ଆଖି ଆଗରେ ରଖି ସଚେତନତା ସୃଷ୍ଟି କରିବା ପାଇଁ ମାଳଦ୍ୱୀପ ସରକାର ଏପରି ପଦକ୍ଷେପ ନେଇଥିଲେ । ୧୯ ଅକ୍ଟୋବର ତାରିିଖ ଦିନ ପରିବେଶ ସଚେତନତା ପାଇଁ ଏହି ମିଟଂ ପାଣି ତଳେ କରା ଯାଇଥିଲା ।

୧୫ ଫୁଟ ଗଭୀର ସମୁଦ୍ରରେ ହେଇଥିଲା ବୈଠକ
ରାଷ୍ଟ୍ରପତିଙ୍କ ସହ ୧୧ ମନ୍ତ୍ରୀ ଓ କ୍ୟାବିନେଟ ସେକ୍ରେଟାରୀ ଏଥିରେ ଯୋଗ ଦେଇଥିବା ସହ ପ୍ରାୟ ୯ଟି ପ୍ରସ୍ତାବକୁ ଅନେୁମୋଦନ କରାଯାଇଥିଲା । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ନାସହୀଦଙ୍କ ଦ୍ୱାରା ପୃଥିବୀର ପ୍ରଥମ ଆନ୍ତଃ ଜଳୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ସବୁ ଦେଶ ମାନଙ୍କର ବିଷାକ୍ତ ଗ୍ୟାସର ଜଳ ବିସର୍ଜନକୁ ବିରୋଧ କରିବା ନେଇ ଏକ ଦସ୍ତାବିଜରେ ସବୁ ସଦସ୍ୟ ସ୍ୱାକ୍ଷର କରିଥିଲେ । ସେ ସମୟରେ କଳା ମାସ୍କ ଓ କଳା ଡାଇଭିଂ ସୁଟ ପିନ୍ଧି ମିଟିଂ କରୁଥିବା ଭିଡିଓ ଖୁବ ଭାଇରାଲ ହୋଇଥିଲା ।

ସୁନ୍ଦର ଥିଲା ଅନୁଭବ
ପାଣିତଳେ ଟେବଲ ଚେୟାର ପକାଇ ସବୁ ମନ୍ତ୍ରୀଙ୍କର ବସିବା ବ୍ୟବସ୍ଥା କରା ଯାଇଥିଲା । ନିଜେ ରାଷ୍ଟ୍ରପତି ଜଣେ ଅନୁଭବୀ ବୁଡାଳୀ ହୋଇଥିବା ବେଳେ ସବୁ ମନ୍ତ୍ରୀଙ୍କୁ କୁଶଳୀ ବୁଡାଳୀଙ୍କ ସହ ପଠା ଯାଇଥିଲା । ମିଟିଂ ବେଳେ ଚାରି ପଟେ ଛୋଟ ମାଛ ମାନେ ବୁଲୁଥିବାର ସୁନ୍ଦର ଦୃଶ୍ୟ ମନୋରମ ଥିଲା । ଏହା ସହ ସେଠାରେ ସାର୍କ ମାନଙ୍କଠୁ ଆକ୍ରମଣର ବେଶି ଭୟ ନାହିଁ ଏଣୁ କିଛି ବିପଦର ଆଶଂକା ନଥିଲା । ଠାରରେ କଥା ହେବା ସହ ବୋର୍ଡରେ ମାର୍କରରେ ଲେଖି ସମସ୍ତେ ପରସ୍ପର ଭିତରେ ଆଲୋଚନା କରିଥିଲେ ।