ତିଆରି ହେଲା ଦୁନିଆର ପ୍ରଥମ ଇଲେକ୍ଟ୍ରିକ ରାସ୍ତା ! ଏଣିକି ରାସ୍ତାରେ ଚାଲୁଥିବା ସମୟରେ ଚାର୍ଜ ହେବ ଗାଡି ।

79

ଦୁନିଆର ପ୍ରଥମ ଇଲେକ୍ଟ୍ରିକାଲ ରାସ୍ତା ସ୍ୱିଡେନ ଠାରେ ତିଆରି ହୋଇସାରିଛି । ଏହି ରାସ୍ତାରେ ଇଲେକ୍ଟ୍ରିକ ଟ୍ରାକ ବିଛାଯାଇଛି । ଯାହାଦ୍ୱାରା ଏହା ଉପରେ ଅତିକ୍ରମ କଲେ ଇଲେକ୍ଟ୍ରିକ କାର ଏବଂ ଟ୍ରକର ବ୍ୟାଟେରୀ ଗୁଡିକ ଚାର୍ଜ ହୋଇପାରିବ । ଏହି ରାସ୍ତାକୁ ସ୍ୱିଡେନ ର ଷ୍ଟଲହୋମ୍ ର ପାଖାପାଖି ଅଞ୍ଚଳରେ ଉପଯୋଗ କରାଯିବା ନିମନ୍ତେ ଖୋଲାଯାଇଛି ।

ଦ ଗାର୍ଡିୟନ ରିପୋର୍ଟ ଅନୁଯାୟୀ, ଏହି ରାସ୍ତା ସରକାରୀ ଯୋଜନାର ଏକ ଅଂଶ ଅଟେ । ସୁଚନା ଅନୁଯାୟୀ, ଏହି ରାସ୍ତା ପାଖାପାଖି ୨କିଲୋମିଟର ଲମ୍ବା ଅଟେ । କିନ୍ତୁ ଭବିଷ୍ୟତରେ ଏହାର ବିସ୍ତାର କରାଯାଇ ସମଗ୍ର ଦେଶରେ ପାଖାପାଖି ୨୦ ହଜାର କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଏବଂ ରାଜପଥ ତିଆରି କରାଯିବା ନେଇ ଯୋଜନା ରହିଛି । ଏହି ରାସ୍ତା ଏକ ଏମ୍ବଡେଡ ଇଲେକ୍ଟ୍ରିକ ରେଳ ଜରିଆରେ ଗାଡିଗୁଡିକୁ ଚାର୍ଜ କରିଥାଏ ।

ଏହି ରାସ୍ତାର ଉପଯୋଗ କରିବା ପାଇଁ ଇଲେକ୍ଟ୍ରିକ କାର ଏବଂ ଟ୍ରକ ଗୁଡିକୁ ଏକ ମୁଭେବୁଲ ଆର୍ମ ଇନଷ୍ଟଲ କରିବାକୁ ପଡିବ । ଏହି ଆର୍ମ ଟ୍ରାକ ସହ ସଂଯୋଗ ହେବ ଏବଂ ଟ୍ରାକ ଉପରେ ଗାଡି ଗୁଡିକ ଅତିକ୍ରମ କଲେ ଗାଡିର ବ୍ୟାଟେରୀ ଗୁଡିକ ଚାର୍ଜ ହୋଇଯିବ । ତେବେ ଏହି ସିଷ୍ଟମର ଦର କିଲୋମିଟର ପ୍ରତି ୧.୨ ମିଲିୟନ ଡଲାର ଅଟେ ।

ଏହି ରାସ୍ତା ତିଆରି କରିଥିବା ନିର୍ମାଣଧୀନ ଅଧିକାରୀଙ୍କ କହିବା କଥା, ଏହି ଟେକ୍ନୋଲୋଜି ଦ୍ୱାରା ଗାଡି ଗୁଡିକର ବ୍ୟାଟେରୀ ଚାର୍ଜ ହେବା ପାଇଁ ଗାଡିଗୁଡିକୁ ଅଟକିବା ପାଇଁ ପଡିବ ନାହିଁ । ଏଭଂ ଏହା ସହ ସମୟ ମଧ୍ୟ ବଞ୍ଚିବ । ଏହା ଦ୍ୱାରା କାରର ବ୍ୟାଟେରୀ ଗୁଡିକୁ ମଧ୍ୟ ଛୋଟ କରାଯାଇପାରିବ । କାରଣ ସେଗୁଡିକୁ ଅଧିକ ପାୱାର ଷ୍ଟୋର କରିବାର କୌଣସି ଆବଶ୍ୟକତା ପଡିବ ନାହିଁ । ଏଥି ସହ ବ୍ୟାଟେରୀ ତିଆରି କରାଯିବାରେ ଲାଗୁଥିବା ଅର୍ଥରେ ମଧ୍ୟ ହ୍ରାସ କରାଯାଇପାରିବ ।

ଏହି ପ୍ରୋଜେକ୍ଟ ସହ ଯୋଡିହୋଇ ରହିଥିବା ଜଣେ ଅଧିକାରୀ କହିଛନ୍ତି, ଏହି ରାସ୍ତାର ଉପର ପାଶ୍ୱର୍ରେ କୌଣସି ବିଦ୍ୟୁତ ସଂଯୋଗ ନାହିଁ । ଟ୍ରାକର ୫-୬ ସେଣ୍ଟିମିଟର ଭିତରେ ବିଦ୍ୟୁତ ସଂଯୋଗ କରାଯାଇଛି । ତେବେ ଏହି ଟ୍ରାକ ଉପରେ ଖାଲି ପାଦରେ ମଧ୍ୟ ଚାଲିହେବ । କିନ୍ତୁ ଜଦି ରାସ୍ତାକୁ ଲୁଣି ପାଣିରେ ଘୋଡାଇ ଦିଆଯାଏ, ତେବେ ଉପର ପାଶ୍ୱର୍ରେ ଇଲେକ୍ଟ୍ରିସିଟିର ଲେବୁଲ ୧ ଭୋଲ୍ଟ ରହିଥାଏ ।