ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ଥରହର ମଥୁରାନଗରୀ: ଦୈବୀବାଣୀ ପରେ ବିଚଳିତ ମଥୁରା ନରେଶ 

90

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଂଚରେ ଶୁଭୁଛି ମହାରାଜ କଂସଙ୍କ ଅଟ୍ଟହାସ୍ୟ । ପିତା ଉଗ୍ରସେନଙ୍କୁ ବନ୍ଦୀ କରି ରାଜଗାଦି ଅକ୍ତିଆର ପରେ ଉଗ୍ର ହୋଇଛନ୍ତି ତ୍ରିପୁର ବିଜୟୀ କଂସ ମହାରାଜ । ଦୈବୀବାଣି ପରେ ବ୍ୟସ୍ତ ବିବ୍ରତ କଂସ ମୃତ୍ୟୁକୁ ମାତ ଦେବାକୁ ମନ୍ତ୍ରୀ ପାରିଷଦଙ୍କ ସହ ମନ୍ତ୍ରଣା କରିଛନ୍ତି । ଦେବକୀ, ବାସୁଦେବକୁ ବନ୍ଦୀ କରି ଶତ୍ରୁମୁକ୍ତ ରହିବାକୁ ଯୋଜନା ବି କରିଛନ୍ତି । ଅନ୍ୟପଟେ ପ୍ରଜାବତ୍ସଳ ହେବାକୁ, ମଥୁରାବାସୀଙ୍କ ମନରଞ୍ଜନ ପାଇଁ ଆଜି ରଙ୍ଗମହଲର ଉଦଘାଟନ କରିବେ ।

କଂସଙ୍କ ଅଟ୍ଟହାସ୍ୟରେ ଥର ହର ମୁଥୁରାପୁର । ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନରେ ଯୁବରାଜ । କ୍ଷମତା ହାତକୁ ଆସିବା ପରେ ଆରମ୍ଭ ହୋଇଯାଇଛି ମଥୁରାନରେଶଙ୍କ ପ୍ରାର୍ଦୁଭାବ । ମହାରାଜ କଂସଙ୍କୁ ଆହୁରି ଉଗ୍ର ଓ ବ୍ୟଗ୍ର କରି ଦେଇଛି ଦୈବୀବାଣୀ । ଭଉଣୀ ଦେକବୀ ଓ ଭିଣୋଇ ବସୁଦେବଙ୍କୁ ଅବିଳମ୍ବେ ପଠାଇଛନ୍ତି କାରାଗାର । ହେଲେ ମହାରାଜଙ୍କୁ ଘାରିଛି ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନର ଚିନ୍ତା

ମଂଚରେ ମହାନାଟକ ଅଭିନୟ ହେବା ପୂର୍ବରୁ ପ୍ରଥମଦିନରେ ମଥୁରାନଗର ଭ୍ରମଣ କରିଥିଲେ ଉଗ୍ରସେନ । ପାତ୍ରମନ୍ତ୍ରୀଙ୍କୁ ଧରି ନଗର ପ୍ରମଣ କରିବା ସହ ଏକମାତ୍ର ଝିିଅ ଦେବକୀଙ୍କ ବିବାହ ସ୍ଥିର କରିଥିଲେ । ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ବିହାଘର ମଧ୍ୟ କରିଥିଲେ ।

ଧନୁଯାତ୍ରର ଦ୍ୱିତୀୟ ଦିନରେ ମଥୁରବାସୀଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିବେ ମହାରାଜ । ସେହିପରି କୃଷ୍ଣ ଜନ୍ମ, କାଳକୃଷ୍ଣଙ୍କୁ ନେଇ ଗୋପପୁର ଗମନଳ, ଉଗ୍ରସେନଙ୍କ ସହ ଭେଟ୍ ଭଳି ଚିତାକର୍ଷକ ଦୃଶ୍ୟ ଅଭିନିତ ହେବ ।