ବିଶ୍ୱ ପରିବେଶ ଦିବସ ପାଳିତ, ଗଛ ଲଗାଇବାକୁ ଆହ୍ୱାନ

ବିଶ୍ୱ ପରିବେଶ ଦିବସ ପାଳିତ, ଗଛ ଲଗାଇବାକୁ ଆହ୍ୱାନ

କନକ ବ୍ୟୁରୋ: ସ୍ଥାନୀୟ ବରମୁଣ୍ଡା ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏ ଅବସରରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବୃକ୍ଷ ରୋପଣ କରିବା ସହ ବୃକ୍ଷର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମରେ ନୟାପଲ୍ଲୀ ଏସ୍.ଡି.ଓ ଇଂ. ବିଶ୍ଵରଂଜନ ଧଳଙ୍କ ଉପସ୍ଥିତିରେ ବରମୁଣ୍ଡା ବିଦ୍ୟୁତ୍ ସେକ୍ସନ ଇନଚାର୍ଜ ଇଂ ଅବକାଶ ପୃଷ୍ଟି, ଜେଏମସି ଇଂ ମାନସ ରଂଜନ କୁଣ୍ଡ, ସେକ୍ସନ ପର୍ଯ୍ୟବେକ୍ଷକ ଇଂ ରୁଦ୍ରଦେବ ମଲ୍ଲିକ ଏବଂ ବରମୁଣ୍ଡା ବିଦ୍ୟୁତ୍ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଜଗନ୍ନାଥ ବିହାର ଏବଂ ଷ୍ଟୁଡିଓ ଛକକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଚାରା ରୋପଣ କରିଥିଲେ। ଚଳିତବର୍ଷର ଆହ୍ୱାନ ରହିଛି " ଆମର ଭୂମି ଆମର ଭବିଷ୍ୟତ", ଆମେ ଜେନେରେସନ୍ ରେଷ୍ଟୋରେସନ୍"। ଏ ଅବସରରେ କର୍ମଚାରୀମାନେ କହିଥିଲେ ଯେ, ଆଜିକାଲି ଆଧୁନିକ ମଣିଷର ବିଦ୍ୟୁତ ଅତ୍ୟାବଶ୍ୟକ। ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇବା ପାଇଁ ବେଳେବେଳେ କର୍ମଚାରୀଙ୍କୁ ଗଛର ଶାଖାଗୁଡ଼ିକୁ କାଟିବାକୁ ପଡେ। ଅନେକ ଥର ବୃକ୍ଷର ଶାଖା କାଟିବା ପାଇଁ କର୍ମଚାରୀ ମାନେ ସମାଲୋଚନାର ଶିକାର ମଧ୍ୟ ହୋଇଥାନ୍ତି। କିନ୍ତୁ ଏହା ସେମାନଙ୍କ ଉଦ୍ଦେଶ୍ୟ ନଥାଏ ବୋଲି ସେମାନେ କହିଛନ୍ତି। ଏଥିସହ ସେମାନେ ଗଛ ଲଗାଇବାକୁ ମଧ୍ୟ ଆହ୍ୱାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe