ନନ୍ଦନକାନନରେ ପାଳନ ହେଲା ବିଶ୍ୱ ହସ୍ତୀ ଦିବସ : ହାତୀଙ୍କୁ ଫଳ ଖୁଆଇ ଉତ୍ସବ ମନେଇଲେ ଅଧିକାରୀ; ଏଥର କରୋନା କାରଣରୁ ସାଧାରଣ ଦର୍ଶକଙ୍କ ପାଇଁ ବନ୍ଦ ରହିଛି ଚିଡିଆଖାନା

155

କନକ ବ୍ୟୁରୋ : ୧୨ ଅଗଷ୍ଟ । ବିଶ୍ୱ ହସ୍ତି ଦିବସ । କରୋନା କଟକଣା ଭିତରେ ନନ୍ଦନକାନରରେ ଏହି ଦିବସକୁ ପାଳନ କରାଯାଇଛି । ଅନ୍ୟ ବର୍ଷ ଭଳି ଏବର୍ଷ ହାତୀ ଦିବସରେ ନନ୍ଦନକାନନରେ ନା ଥିଲେ ପର୍ଯ୍ୟଟକ, ନା ଥିଲା ସ୍କୁଲ ଛାତ୍ରଛାତ୍ରୀ ଭିଡ । କର୍ମଚାରୀଙ୍କ ଗହଳି ଚହଳି ବି ନଥିଲା । ନିର୍ଦେଶକ ଶିଶି ପଲ ଓ ଉପନିର୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ହାତୀଙ୍କୁ ଫଳ ଖୁଆଇ ବିଶ୍ୱ ହସ୍ତି ଦିବସ ପାଳନ କରିଛନ୍ତି । ନନ୍ଦନକାନନର ହାତୀ ପ୍ରେମା, ବାସନ୍ତୀ ଓ ହୀରାକୁ ଫଳ ଖୁଆଇ ଖୁସି କରିଥିଲେ କର୍ତୃପକ୍ଷ । ଗତବର୍ଷ ମହାମାରୀ ହର୍ପେସ ଭାଇରସ ସଂକ୍ରମଣରେ ହାତୀ ଚନ୍ଦନ, ଜୁଲୀ, ଗୌରୀ ଓ କମଳାର ମୃତ୍ୟୁ ହୋଇଥିଲା ।

ବଡ ହାତୀଙ୍କ ସଂପ୍ପର୍ଷରେ ଆସି ଛୋଟ ହାତୀ ମାମା ମଧ୍ୟ ସଂକ୍ରମିତ ହେବାର ଭୟ ରହିଛି । ତେଣୁ ଚଳିତ ବର୍ଷ ମାମାକୁ ଅଲଗା ରଖି ଫଳ ଖାଇବାକୁ ଦିଆଯାଇଛି । ଏହାସହ ହାତୀ ଦିବସରେ ମାହୁନ୍ତ ମାନଙ୍କୁ ପୁରସ୍କୃତ କରିଛନ୍ତି ନନ୍ଦନକାନନ କର୍ତୃପକ୍ଷ । ଏହି ଅବସରରେ ହାତୀ ବଂଶର ସୁରକ୍ଷା ଲାଗି ବାର୍ତା ଦେଇଛନ୍ତି କର୍ତୁପକ୍ଷ ।