କନକ ବ୍ୟୁରୋ: ଆଜି ହସ୍ତୀ ଦିବସ । ହାତୀଙ୍କ ପାଇଁ ଦିନଟିଏ । ଏମାନଙ୍କ ସୂରକ୍ଷା ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା ପାଇଁ ହସ୍ତୀଦିବସ ପାଳନ ହୋଇଥାଏ । ଏଣୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ବିଶ୍ୱହସ୍ତୀ ଦିବସ ପାଳନ କରାଯାଉଛି । ପ୍ରଥମ ବିଶ୍ୱ ହସ୍ତୀଦିବସ ୨୦୧୨ ମସିହା ଅଗଷ୍ଟ୧୨ରେ ଆରମ୍ଭ ହୋଇଥିଲା । ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇଥିବା । ଖଣି ଖାଦାନର ବୃଦ୍ଧି ଘଟିବା ଫଳରେ ହାତୀମାନଙ୍କର ବାସସ୍ଥାନରେ ସଙ୍କୁଚିତ ହେଉଛି । ଅସାମାଜିକ ଲୋକେ ମଧ୍ୟ ହାତୀ ଶିକାର କରୁଛନ୍ତି । ଫଳରେ ଦିନକୁ ଦିନ ଏହି ପ୍ରାଣୀର ସଂଖ୍ୟା ଲୋପ ପାଇବାକୁ ବସିଛି । ଏଣୁ ଜନସଚେତନାକୁ ଦ୍ରୁତତର କରିବା ପାଇଁ ବିଶ୍ୱହସ୍ତୀ ଦିବସର ପରିକଳ୍ପନା କରାଯାଇଛି ।
ମଣିଷ-ହାତୀ ଲଢ଼େଇରେ କେତେବେଳେ ମଣିଷର ଜୀବନ ଯାଉଛି ତ କେବେ ହାତୀର..। ପ୍ରକୃତିର ଅବକ୍ଷୟ ବି ହାତୀକୁ ମରଣ ମୁହଁକୁ ଠେଲିଦେଇଛି। ହାତୀର ସୁରକ୍ଷା ପାଇଁ ଯୋଜନା ହେଉଛି, ଏହା କେତେ ଫଳପ୍ରଦ ହେଉଛି ତାହା ବି ଏକ ପ୍ରଶ୍ନ। ଆଜିର ସ୍ବତନ୍ତ୍ର ଦିବସରେ ଏହି ବନ୍ୟପ୍ରାଣୀ ପାଇଁ ଚିନ୍ତା କରିବାର ସମୟ ଆସିଛି…/kanak/media/post_attachments/wp-content/uploads/2020/08/EfLn_6aU4AAc1Zs-300x231.jpg)
ଓଡିଶାରେ କେତେ ସୁରକ୍ଷିତ ଗଜରାଜ ?
ପ୍ରତିବର୍ଷ ଅଗଷ୍ଟ ୧୨ରେ ହାତୀମାନଙ୍କ ପାଇଁ ପାଳନ ହେଉଛି ବିଶ୍ୱ ହସ୍ତୀ ଦିବସ । ହାତୀମାନଙ୍କ ଉଦ୍ଦେଶ୍ୟରେ ଏହି ଦିନକୁ ପାଳନ କରିବା ପାଇଁ କାନାଡାର ଫିଲ୍ମ ନିର୍ମାତା ପାଟ୍ରିସିଆ ସିମ୍ସ ଓ ମାଇକେଲ କ୍ଲାର୍କଙ୍କ ପରାମର୍ଶ କ୍ରମେ ୨୦୧୨ ଅଗଷ୍ଟ ୧୨ ଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହେଉଛି । ପ୍ରାୟ ୬୫ଟି ବନ୍ୟପ୍ରାଣୀ ସଂଗଠନଙ୍କ ଦ୍ୱାରା ଏହି ଦିବସକୁ ପାଳନ କରାଯାଉଛି । ତେବେ ଗତ କିଛି ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ସାରା ବିଶ୍ୱରେ ହାତୀମାନେ ଅସୁରକ୍ଷିତ ଥିବା ଜଣାଯାଏ । ଗ୍ରେଟ ଏଲିଫ୍ୟାଣ୍ଟ ସେନସସ୍ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ୨୦୦୭ରୁ ୨୦୧୪ ମସିହା ମଧ୍ୟରେ ଆଫ୍ରିକୀୟ ହାତୀଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ କମିଥିବା ଦର୍ଶାଯାଇଛି । ଯାହା ଏକ ଚିନ୍ତାଜନକ ବିଷୟ । ବିଭିନ୍ନ ପଦକ୍ଷେପ ସତ୍ୱେ ବି ଜଙ୍ଗଲୀ ହାତୀଙ୍କୁ ଟାର୍ଗେଟ କରୁଛନ୍ତି ଶିକାରୀ ।
ସାରା ଦେଶରେ ଅନେକ ସ୍ଥାନରେ ଗଜରାଜ ଅସୁରକ୍ଷିତ ଥିବାର ରିପୋର୍ଟ ପ୍ରକାଶ କରିଛି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ । ଅଧିକାଂଶ ସମୟରେ ହାତୀ ମଣିଷ ଲଢ଼େଇ ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଛି । କେବେ ଟ୍ରେନ ଲାଇନରେ କଟି ତ କେବେ ବିଦ୍ୟୁତ ଆଘାତରେ ଆସି ପ୍ରାଣ ଜୀବନ ଯାଇଛି ହାତୀର । ପୁଣି କେବେ ଶିକାରୀ ହାତରେ ଯାଇଛି ଗଜରାଜଙ୍କ ଜୀବନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/HATI-750x430.jpg)