କନକ ବ୍ୟୁରୋ : କରୋନା ମହାମାରୀରେ ବିଶ୍ୱର ଆର୍ଥିକ ସ୍ଥିତି ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଦରଦାମ ବୃଦ୍ଧି । ବିକଶିତ ଅର୍ଥବ୍ୟବସ୍ଥାରେ ଦରଦାମ ବୃଦ୍ଧି ବା ମହଙ୍ଗାମାଡ ଅନେକ ଦେଶର ଉଚ୍ଚତମ ସ୍ଥିତିରେ ରହିଛି । ୱାର୍ଲ୍ଡ ଇକୋନୋମିକ ଫୋରମରେ ଏନେଇ ସୋମବାର ଚିନ୍ତା ପ୍ରକଟ କରାଯାଇଛି । ବିଶ୍ୱର ଅନେକ ମୁଖ୍ୟ ଅର୍ଥଶାସ୍ତ୍ରୀ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହା ଦ୍ୱାରା ସମସ୍ତଙ୍କ ଉପରେ ଯେଉଁ ପ୍ରଭାବ ପଡୁଛି ତାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି । ଅର୍ଥଶାସ୍ତ୍ରୀଙ୍କ କହିବା କଥା ବର୍ତ୍ତମାନ ବିକାଶଶୀଳ ଅର୍ଥ ବ୍ୟବସ୍ଥା ଆଗରେ ମୁଖ୍ୟ ସମସ୍ୟା ରହିଛି ଋଣ ସଙ୍କଟ । ଡେଟ୍ କ୍ରାଇସିସ ବା ଋଣ ସଙ୍କଟ ଖାଦ୍ୟ ତଥା ଇନ୍ଧନରେ ଅନେକ ସଙ୍କଟ ଦେଖାଦେଇଛି । ବିଶ୍ୱ ଅର୍ଥବ୍ୟବସ୍ଥାକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ସବୁଠାରୁ ମହଙ୍ଗାର ଆଶଙ୍କା ଆମେରିକାରେ ସୃଷ୍ଟି ହୋଇଛି । ଏହା ପରେ ୟୁରୋପୀୟ ଦେଶ ଏବଂ ଲାଟିନ ଆମେରିକାର ଦେଶ ଗୁଡିକରେ ଏହା ଦେଖିବାକୁ ମିଳିଛି । ଏହା ଛଡା ଉଚ୍ଚ ଓ ନିମ୍ନ ଆୟ ହେଉଥିବା ଦେଶରେ ମଧ୍ୟ ଏହି ଭଳି ସ୍ଥିତି ଦେଖାଦେଇଛି ।

Advertisment

ଏଥିରେ ଏହା ମଧ୍ୟ କୁହାଯାଇଛି, ଦୁନିଆ ସାମ୍ନାରେ ଖାଦ୍ୟ ସଙ୍କଟର ସ୍ଥିତି ରହିଛି । ବିଶେଷ କରି ଏହି ସଙ୍କଟ ପଶ୍ଚିମ ଏସିଆ, ଉତ୍ତର ଆଫ୍ରିକା, ଉପ-ସାହାରା ଆଫ୍ରିକା ତଥା ଦକ୍ଷିଣ ଏସିଆରେ ଅଧିକ ଦେଖାଯାଉଛି । ନିକଟରେ ଏହି ସ୍ଥିତି ବେସ ଗମ୍ଭୀର ରହିଛି । ବହୁରାଷ୍ଟ୍ରୀୟ କମ୍ପାନୀର ସ୍ଥିତି ଅନୁସାରେ ସେମାନଙ୍କ ଆମାଦାନୀ ସେହିଭଳି ନାହିଁ । ଅନେକ ସ୍ଥାନରେ ଦରଦାମରେ ପରିବର୍ତ୍ତନ ଦେଖାଦେଉଛି । ୱାର୍ଲ୍ଡ ଇକୋନୋମିକ ଫୋରମର ବାର୍ଷିକ ବୈଠକରେ ମୁଖ୍ୟ ଅର୍ଥଶାସ୍ତ୍ରୀ ରିପୋର୍ଟ ଜାରିକରିବା ସହ ବିଭିନ୍ନ ଗତିବିଧିରେ ନରମସ୍ଥିତି, ଉଚ୍ଚ ମୁଦ୍ରାସ୍ଫିତି, ବାସ୍ତବିକ ମଜୁରୀରେ କମି ବିଶ୍ୱ ସ୍ତରରେ ଖାଦ୍ୟ ସୁରକ୍ଷାର ଆଶଙ୍କା ସୃଷ୍ଟି କରାଯାଉଛି । ଏହା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଅନେକ ପ୍ରଭାବ ପକାଉଛି ।

ୟୁକ୍ରେନ ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଭାଗଭାଗ କରିଦେଲା
ୱାର୍ଲ୍ଡ ଇକୋନୋମିକ ଫୋରମର ନିର୍ଦ୍ଦେଶକ ସାଦିଆ ଜାହିଦି କହିଛନ୍ତି, ଆମେ ପ୍ରତିଟି କଥାକୁ ଅନେକ ଦିନ ଧରି ଦେଖିଆସୁଛୁ । ଏହା ସମାଜକୁ ଅନେକ ପରିବର୍ତ୍ତନ କରୁଛି । ମହାମାରୀ ଏବଂ ୟୁକ୍ରେନ ସ୍ଥିତି ବିଶ୍ୱର ଅର୍ଥବ୍ୟବସ୍ଥାକୁ ବିଭାଜିତ କରିଦେଇଛି । ଏହାର ପରିଣାମ ବର୍ତ୍ତମାନ ସମସ୍ତଙ୍କ ସାମ୍ନାରେ ରହିଛି । ଗତ ୩୦ ବର୍ଷରେ ବିଶ୍ୱକୁ ଯାହା ଲାଭ ହୋଇଥିଲା ତାହା ହରାଇଦିଆଯାଇଛି ।