କନକ ବ୍ୟୁରୋ : ଚଳିତ ବଶ୍ୱକପରେ ଭିନ୍ନ ଭିନ୍ନ ପ୍ରକାରର ନିଆରା ଖେଳ ଦେଖିବାକୁ ମିଳୁଛି । ଏହି କ୍ରମରେ ଆଜି ଦିଲ୍ଲୀରେ ଚାଲିଥିବା ନେଦରଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାକ୍ସୱେଲଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଛି ।

Advertisment

ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା । ଏହି କ୍ରମରେ ଦଳ ୫୦ ଓଭର ଖେଳି ୮ ୱିକଟେ ହରାଇ ୩୯୯ ରନ କରିବାରେ ସଫଳ ହୋଇଛି । ହେଲେ ସବୁଠାରୁ ବଡ କଥା ହେଉଛି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଗ୍ଲେନ୍ ମାକ୍ସୱେଲ ୪୪ ବଲ ଖେଳି ୧୦୬ ରନ କରିଛନ୍ତି । ଏହି କ୍ରମରେ ସେ ୯ଟି ଚୌକା ଓ ୮ଟି ଚକ୍କା ମାରିଛନ୍ତି । କେବଳ ମାକ୍ସୱେଲ ନୁହଁନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ଣ୍ଣର ମଧ୍ୟ ୯୩ ବଲ ଖେଳି ୧୦୪ ରନ କରିଛନ୍ତି । ଡେଭିଡ ୱାର୍ଣ୍ଣର ତାଙ୍କ ପାରିରେ ୧୧ ଟି ଚୌକା ସହ ୩ଟି ଛକ୍କା ମାରିଛନ୍ତି ।