ଆଇସିସି ୱାଲ୍ଡ କପ ୨୦୨୩ ପାଇଁ ତାରିଖ ଓ ଭେନ୍ୟୁ ଘୋଷଣା, ଅକ୍ଟୋବର ୫ରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍

1,179

କନକ ବ୍ୟୁରୋ : ଘୋଷଣା ହେଲା ଆଇସିସି ଦିନିକିଆ ବିଶ୍ୱକପ ତାରିଖ । ଚଳିତ ବର୍ଷ ଅକ୍ଟୋବର ୫ରେ ଭାରତରେ ଖେଳାଯିବ ସୀମିତ ଓଭର କ୍ରିକେଟ ମହାକୁମ୍ଭର ୧୩ ତମ ସଂସ୍କରଣ । ଉଦଘାଟନୀ ମ୍ୟାଚ୍ ଅକ୍ଟୋବର ୫ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଲାଯିବ । ତେବେ ଆୟୋଜକ ଭାରତ ତାର ପ୍ରଥମ ମ୍ୟାଚ୍ ପାଂଚ ଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଅନ୍ୟପଟେ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷଣା ହେବା ସହ ପାକିସ୍ତାନକୁ ବଡ଼ ଝଟକା ଲାଗିଛି । ନିଜ ଜିଦରେ ଥିବା ପାକିସ୍ତାନ ଭାରତ ଆସିବା ପାଇଁ ସହମତି ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତି୍ଦ୍ୱନ୍ଦୀ । ୧୫ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍ । ସେହିପରି ୧୯ରେ ହେବ ଫାଇନାଲ ମୁକାବିଲା ।ପ୍ରଥମ ଓ ଟାଇଟଲ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ନେଇ ସୂଚନା ମିଳିଛି । ଚଳିତଥର ୧୦ଟି ଟିମ ମଧ୍ୟରେ ୪୮ ମ୍ୟାଚ୍ ଖେଳାଯିବ । ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ଥାନ, ପାକିସ୍ତାନ, ବାଙ୍ଗଲାଦେଶ, ସାଉଥଆଫ୍ରିକା ସିରିଜ ପାଇଁ କ୍ୱାଲିଫାଇ କରିସାରିଛନ୍ତି । ଜୁନ ଓ ଜୁଲାଇରେ ହେବ ୨ୟ ୍ କ୍ୱାଲିଫାଇଂଗ ଟୁର୍ଣ୍ଣାମେଂଟ ।ଯେଉଁଥିରେ ୱେଷ୍ଟଣ୍ଡିଜ, ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ଆୟରଲ୍ୟାଣ୍ଡ, ନେପାଳ. ଓମାନ, ସ୍କଟଲ୍ୟାଣ୍ଡଙ୍କ ଭାଗ୍ୟ ପରୀକ୍ଷା ହେବ ।