କନକ ବ୍ୟୁରୋ: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆସନ୍ତା ଅକ୍ଟୋବର ୫ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଆର ଅଶ୍ୱିନୀ । ବିଶ୍ୱକପକୁ ନେଇ ଅଶ୍ୱିନୀ ଭବିଷ୍ୟବାଣୀ କରିବା ସହିତ ଗୋଟିଏ ବିଦେଶୀ ଟିମ୍ ଏଥର ବିଶ୍ୱକପ୍ ଜିତିବାକୁ ପ୍ରବଳ ଦାବିଦାର ବୋଲି ଅଶ୍ୱିନୀ କହିଛନ୍ତି ।
ରବିଚନ୍ଦ୍ରନ ଅଶ୍ୱିନୀ କହିଛନ୍ତି, ୨୦୨୩ ବିଶ୍ୱକପ୍ ଜିତିବାକୁ ଅଷ୍ଟ୍ରେଲିଆ ଟିମ୍ ପ୍ରବଳ ଦାବିଦାର ଅଟେ । ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏହି କଥା କହିବା ସହିତ, ଅଶ୍ୱିନୀ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ କହୁଛନ୍ତି ଭାରତୀୟ ଟିମ୍ ଏଥର ବିଶ୍ୱକପ୍ ଜିତିବାକୁ ପ୍ରବଳ ଦାବିଦାର ଅଟେ । ହେଲେ ଏପରି କହି ସେମାନେ ନିଜ ଉପରେ ଚାପ ହଟାଉଥିବାବେଳେ, ଖେଳାଳିଙ୍କ ଉପରେ ଚାପ ବଢାଉଛନ୍ତି । ଟିମ୍ ଇଣ୍ଡିଆ ଏଥର ବିଶ୍ୱକପ୍ ଦାବିଦାର ହେଇପାରେ । କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ପାୱାର ହାଉସ୍ ବୋଲି କହିଛନ୍ତି ଆର. ଅଶ୍ୱିନୀ ।
ଅଶ୍ୱିନୀ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ବିଶ୍ୱକ୍ରିକେଟରେ ୱେଷ୍ଟଇଣ୍ଡିଜ୍ ପାୱାର ହାଉସ୍ ଥିଲା । ଏହାପରେ ୧୯୮୩ରେ ଆମେ ବିଶ୍ୱକପ୍ ଜିତିଲେ । ଏହାପରେ ୧୯୮୭ରେ ଆମେ ପୁଣିଥରେ ଚାମ୍ପିୟନ୍ ହେବାର ନିକଟତର ହେଲୁ । କିନ୍ତୁ ୧୯୮୭ ପରେ ବିଶ୍ୱ କ୍ରିକେଟରେ ଅଷ୍ଟ୍ରେଲିଆର ଦବଦବା ଆରମ୍ଭ ହେଇଥିଲା । ଏହାପରେ ଅଷ୍ଟ୍ରେଲିଆ ଟିମ୍ ସାରା ବିଶ୍ୱରେ ସବୁଠୁ ଭଲ ଟିମ୍ ହେଇପାରିଥିଲା । ଯିଏ କି ଲଗାତାର ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଥିଲା ।
ସୂଚନାଯୋଗ୍ୟ ଯେ, ବିଶ୍ୱ କ୍ରିକେଟରେ ଏବେ ଅଷ୍ଟ୍ରେଲିଆ ଟିମର ଦବଦବା ରହିଛି । ୧୯୮୭ରେ ବିଶ୍ୱକପ୍ ଜିତିବା ପରେ ଏହି ଟିମ୍ ୧୯୯୯, ୨୦୦୩,୨୦୦୭ରେ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା । ଏହାପରେ ୨୦୧୫ରେ ମାଇକେଲ୍ କ୍ଲାର୍କଙ୍କ ନେତୃତ୍ୱରେ ଦଳ ପୁଣିଥରେ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା । ଏହା ଭିତରେ ଭାରତ କେବଳ ୧୯୮୩ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଚାମ୍ପିୟନ୍ ହେଇପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/08/Team-India-1.webp)