କନକ ବ୍ୟୁରୋ : ବିଶ୍ୱକପରେ ଆଜି ଏକ ଅବିଶ୍ୱସନୀୟ ମ୍ୟାଚ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ୩୮ ରନରେ ପରାଜିତ କରିଛି । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଏଥିରେ ନେଦରଲ୍ୟାଣ୍ଡ ୪୩ ଓଭରରେ ୮ ୱିକେଟ ହରାଇ ୨୪୫ ରନ କରିବାରେ ସକ୍ଷମ ହୋଇଥିଲା । ୨୪୬ ରନର ପିଛା କରି ଦକ୍ଷିଣ ଆଫ୍ରିକା ତାର ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ କରିଥିଲା ।
ଏହା ପୂର୍ବରୁ ବି ବିଶ୍ୱକପରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ଅକ୍ଟୋବର ୧୫ ତାରିଖରେ ଆଫଗାନିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡକୁ ପରାଜିତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/Capture-24.jpg)