ବିଶ୍ୱକପ ସେମି ଫାଇନାଲ ରେସ । ଭାରତ, ଦକ୍ଷିଣ ଆଫ୍ରିକା ପରେ ସ୍ଥାନ ପକା କଲା ଅଷ୍ଟ୍ରେଲିଆ

202

କନକ ବ୍ୟୁରୋ : ବିଶ୍ୱକପ ସେମି ଫାଇନାଲ ରେସ । ଭାରତ, ଦକ୍ଷିଣ ଆଫ୍ରିକା ପରେ ସେମିରେ ସ୍ଥାନ ପକା କରିିଛି ଅଷ୍ଟ୍ରେଲିଆ । କିନ୍ତୁ ୪ ନମ୍ବର ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆଫଗାସ୍ତାନ ମଧ୍ୟରେ ଲଢେଇ ହେବ । ପ୍ରତ୍ୟେକ ଟିମ୍ ୮ ପଏଂଟ ଲେଖାଏଁ ପାଇଥିବା ବେଳେ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି । ନେଟ ରନ ରେଟରେ ଆଗୁଆ ଥିବାରୁ ନ୍ୟୁଜିଲ୍ୟାଣ୍ଡର ପଲ୍ଲା ଭାରି ରହିଛି   । ନ୍ୟୁଜିଲ୍ୟାଣ୍ଡ ଶ୍ରିଲଙ୍କା ବିପକ୍ଷରେ ଏବଂ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ଏବଂ ଆଫଗାନିସ୍ଥାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ମ୍ୟାଚ ଖେଳିବେ । ଯଦି ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡ ହାରୁଛି ଆଉ ପାକିସ୍ତାନ ଜିତୁଛି ତେବେ ସେମିରେ ଭାରତ-ପାକିସ୍ତାନ ମ୍ୟାଚ ହେବାର ସମ୍ଭାବନା ରହିଛି ।