କନକ ବ୍ୟୁରୋ : ବିଶ୍ୱକପ୍ କ୍ରିକେଟର ଏକ ରୋମାଞ୍ଚକର ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡକୁ ପରାଜିତ କରିଛି ଆଫାଗାନିସ୍ତାନ । ଆଫଗାନିସ୍ତାନ ଠାରୁ ଇଂଲଣ୍ଡ ୬୯ ରନରେ ପରାଜିତ ହୋଇଛି । ଲଗାତର ପରାଜୟ ପରେ ଆଜି ଇଂଲଣ୍ଡକୁ ପରାଜିତ କରି ବିଜୟୀ ହୋଇଛି । ଏହାସହ ୨୦୧୯ ବିଶ୍ୱକପ ଚମ୍ପିଆନ ଦଳକୁ ପରାଜିତ କରି ନିଜର ଆତ୍ମବିଶ୍ୱାସ ବୃଦ୍ଧି କରିଛି ।
ICC World Cup | Afghanistan beat England by 69 runs in the match played at Arun Jaitley Stadium, Delhi.
(Photos: ANI Photo) pic.twitter.com/lJqcvSZPcP
— ANI (@ANI) October 15, 2023
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୪ ରନ କରିବାରେ ସଫଳ ହୋଇଥିଲା । ଏହାର ଜବାବରେ ଇଂଲଣ୍ଡ ଟିମ ୨୧୫ ରନ କରି ଅଲଆଉଟ୍ ହୋଇଛି । ଆଫଗାନିସ୍ତାନର ସ୍ପିନ ବୋଲର ମୁଜୀବ ଓର ରହମାନ , ମହମ୍ମଦ ନବୀ ଓ ରାଶିଦ ଖାନ ଇଂଲଣ୍ଡର ବ୍ୟଟିଂକୁ ବିପର୍ଯ୍ୟସ୍ତ କରିଦେଇଥିଲେ । ଏହି ୩ଜଣ ସ୍ପିନ୍ ବୋଲର ୮ଟି ୱିକେଟ ନେଇ ଇଂଲଣ୍ଡକୁ ପରାଜୟର ଦ୍ୱାରଦେଶରେ ପହଂଚାଇଦେଇଛନ୍ତି । ମୁଜୀବ ଓ ରଶିଦ ୩ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ନବୀ ୨ ଟି ୱିକେଟ ନେବାରେ ସଫଳ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/F8fiLDwaoAEJHb1.jpg)