ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୧୯ ରେ ଟିମ୍ ଇଂଲଣ୍ଡ ଟିମ୍ ଇଣ୍ଡିଆର ବିଜୟ ରଥକୁ ରବିବାର ରୋକିଦେଇଛି । ଇଂଲଣ୍ଡର ୩୩୭ ରନର ପିଛା କରି ଟିମ୍ ଇଣ୍ଡିଆ ୩୧ ରନରେ ପରାଜୟ ବରଣ କରିଛି । ଏହି ମ୍ୟାଚରେ ହାରିବାର ଦୁଃଖ ଭାରତୀୟ ପ୍ରଶଂସକଙ୍କୁ ଥିବା ବେଳେ ଅଧିକ ଦୁଃଖ ହୋଇଛି ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କୁ । ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟ ପରେ ପାକ୍ ଟ୍ୱିଟରରେ ଧୋନି ,ଫିକ୍ସିଙ୍ଗ୍ ଏବଂ ଇଣ୍ଡିଆ ବନାମ ପାକିସ୍ତାନର ଟ୍ରେଣ୍ଡ୍ ଚାଲିବାକୁ ଲାଗିଛି ।

Advertisment

publive-image

ଅସଲ କଥା ହେଉଛି ପାକ୍ କୁ କେବଳ ଗୋଟିଏ ମ୍ୟାଚ୍ ର ଆବଶ୍ୟକତା ଥିଲା ଯେଉଁଥିରେ କଳେବଳେ ପାକ୍ କୁ ଜିତିବା ନିହାତି ଆବଶ୍ୟକତା ଥିଲା । ଏବେ ପାକିସ୍ତାନର ସେମିଫାଇନାଲ୍ ର ବାଟ ଅନ୍ୟ କ୍ରିକେଟଟିମ୍ ର ପ୍ରଦର୍ଶନ ଉପରେ ନିର୍ଭର କରୁଛି । ଯଦି ରବିବାର ଭାରତ ଇଂଲଣ୍ଡକୁ ହରାଇ ଦେଇଥାନ୍ତା ତେବେ ପାକିସ୍ତାନର ସେମିଫାଇନାଲ୍ ବାଟ ସହଜ ହୋଇଯାଇଥାନ୍ତା । ଇଂଲଣ୍ଡର ଜିତ୍ ପରେ ଏବେ ପାକିସ୍ତାନ ସେମିଫାଇନାଲ୍ ପହଁଚିବାର ବାଟ ଏବେ ଅସମ୍ଭବ ଭଳି ଲାଗୁଛି ।

publive-image

ରବିବାର ପାକ୍ ପ୍ରଶଂସକ ଭାରତୀୟ ଟିମ୍ ର ଚଉକା-ଛକା ମାଡ ହେଉଥିବା ସମୟରେ ଖୁସିରେ ନାଚୁଥିବାର ବିରଳ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଯେତେବେଳେ ଭାରତ ହାରିଗଲା ସେତେବେଳେ ମ୍ୟାଚକୁ ଫିକ୍ସ ବୋଲି କହିଦେଲେ । ସୋସିଆଲ୍ ମିଡିଆ ଦେଖିଲେ ଜଣାପଡୁଛି ପାକିସ୍ତାନୀ ଫ୍ୟାନ୍ସ କେଉଁଭଳି ଭାବରେ ଭାରତର ପରାଜୟ ପରେ ଭାଙ୍ଗି ପଡିଛନ୍ତି । ଭାରତଠାରୁ ଅଧିକ ପାକ୍ ଫ୍ୟାନ୍ ଏବେ ଭାରତ ଉପରେ କ୍ଷୋଭ ଜାହିର କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଇଂଲଣ୍ଡକୁ ଶ୍ରୀଲଙ୍କା ହରାଇଦେଲା କିନ୍ତୁ ଭାରତ ହରାଇ ପାରିଲା ନାହିଁ । ଟ୍ୱିଟରରେ ମ୍ୟାଚ୍ ଫିକ୍ସିଙ୍ଗ୍ ଢେଣ୍ଡୁରା ପିଟିବାକୁ ଲାଗିଛନ୍ତି ପାକ୍ ଫ୍ୟାନ୍ସ ।

publive-image